ହୋମିଓପାଥି ମେଡିକାଲ ଶିକ୍ଷାରେ ଆସିବ ସଂସ୍କାର: ରାଷ୍ଟ୍ରୀୟ ହୋମିଓପାଥି ଆୟୋଗ ଗଠନ ବିଲ-୨୦୧୮କୁ କ୍ୟାବିନେଟ ମଞ୍ଜରି

Spread the love

ନୂଆଦିଲ୍ଲୀ ୨୯/୧୨ (ସନ୍ଧାନ ନିୟୁଜ)  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରାଷ୍ଟ୍ରୀୟ ହୋମିଓପାଥି ଆୟୋଗ (ଏନସିଏଚ) ଗଠନର ଚିଠା ବିଲ-୨୦୧୮ର ସ୍ଥାପନକୁ ମଞ୍ଜୁରି ମିଳିଛି। ଏହି ବିଲ ବର୍ତମାନର ନିୟାମକ ସଂସ୍ଥା କେନ୍ଦ୍ରୀୟ ହୋମିଓପାଥି ପରିଷଦ(ସିସିଏଚ) ସ୍ଥାନରେ ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ଏକ ନୂଆ ସଂସ୍ଥା ଭାବେ କାର୍ଯ୍ୟ କରିବ।

ଚିଠା ବିଲରେ ରାଷ୍ଟ୍ରୀୟ ଆୟୋଗ ଗଠନ ସହ ଆୟୋଗ ଅଧିନ ୩ଟି ସ୍ୱାୟତ ପରିଷଦ ସ୍ଥାପନ ହେବ। ଯାହାଫଳରେ ହୋମିଓପାଥି ଶିକ୍ଷା ପରିଷଦ ଦ୍ୱାରା ସମସ୍ତ ପ୍ରକାରର ହୋମିଓପାଥି ଶିକ୍ଷାର ସଂଚାଳନ ହୋଇପାରିବ। ମୂଲ୍ୟାୟନ ଓ ଯୋଗ୍ୟତା ନିର୍ଦ୍ଧାରଣ ପରିଷଦ ଦ୍ୱାରା ହୋମିଓପାଥି ଶିକ୍ଷାସଂସ୍ଥାର ମୂଲ୍ୟାଙ୍କନ ଓ ମଞ୍ଜୁରି ପ୍ରଦାନ କରାଯିବ। ଜାତୀୟ ପଞ୍ଜିକରଣ ଓ ନୀତି ପରିଷଦ ଦ୍ୱାରା ହୋମିଓପାଥି ଡାକ୍ତରଙ୍କ ପଞ୍ଜିକରଣ କରାଯିବ ଓ ଗୋଟିଏ ରାଷ୍ଟ୍ରୀୟ ରେଜିଷ୍ଟର ପ୍ରସ୍ତୁତ ହେବ। ଏହାବ୍ୟତୀତ ଚିକିତ୍ସା ସମ୍ବନ୍ଧିତ ନୀତିଗତ ମାମଲା ରାଷ୍ଟ୍ରୀୟ ହୋମିଓପାଥି ଆୟୋଗଙ୍କ ଅଧିକାର ପରିସରଭୁକ୍ତ ହେବ।

ଚିଠା ବିଲରେ ସାଧାରଣ ପ୍ରବେଶିକା ପରୀକ୍ଷା ତଥା ଏକଜିଟ୍ ପରୀକ୍ଷାର ପ୍ରସ୍ତାବ ଦିଆଯାଇଛି। ଯେଉଁଥିରେ ଅଭ୍ୟାସ ପାଇଁ ଆଗ୍ରହୀ ସମସ୍ତ ସ୍ନାତକଙ୍କୁ ଏହି ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡ଼ିବ।ଏହାବ୍ୟତୀତ ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷାର ବି ପ୍ରସ୍ତାବ ରହିଛି। ଏହି ପରୀକ୍ଷା ଦ୍ୱାରା ଶିକ୍ଷକଙ୍କ ନିଯୁକ୍ତି ଓ ପଦୋନ୍ନତି ପୂର୍ବରୁ ସେମାନଙ୍କ ଯୋଗ୍ୟତାର ମୂଲ୍ୟାଙ୍କନ କରାଯିବ।

ଏଲୋପାଥି ଔଷଧ ପ୍ରଣାଳୀ ସ୍ଥାପନ ପ୍ରସ୍ତାବ ସହ ନେସନାଲ ମେଡିକାଲ କମିଶନ ଢାଂଚାରେ ହୋମିଓପାଥି ମେଡିକାଲ ଶିକ୍ଷାରେ ସଂସ୍କାର ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଏକ ଅଧ୍ୟାଦେଶ ଓ ଆଇନର ସଂଶୋଧନ ମାଧ୍ୟମରେ ବୋର୍ଡ ଅଫ ଗଭର୍ଣ୍ଣରଙ୍କ ଦ୍ୱାରା ସିସିଏଚକୁ ଅଧିକାର କ୍ଷେତ୍ର ପରିସରକୁ ଆଣିଥିଲେ।

odia

Related Posts

About The Author

Add Comment