ହେଲମେଟ୍ ଚେକିଂ ବେଳେ ପୁଲିସର ଲାଠି ବାଜି ଯୁବକଙ୍କ ଆଖିରେ ଆଘାତ ; ପୀଡ଼ିତଙ୍କ ପକ୍ଷରୁ ଦୁଇଟି ମାମଲା ରୁଜୁ

Spread the love

ବାରିପଦା, 30/10 (ସନ୍ଧାନ ନ୍ୟୁଜ୍) ;- ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୁଲିସର ଲାଠି ବାଜି ଯୁବକଙ୍କ ଆଖୁରେ ମାଡ ହେବା ଘଟଣାକୁ ନେଇ ଗୁରୁବାର ପୁଲିସ ଏବଂ ପୀଡିତ ଯୁବକ ଉଭୟଙ୍କ ପକ୍ଷରୁ ବାରିପଦା ଗଉନ ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ ହୋଇଛି । ସବ୍ ଇନିସକେକ୍ଟର ବଳରାମ ମହାରଣାଙ୍କ ଲିଖୁତ ଅଭିଯୋଗ କ୍ରମେ ୭୪୨ନଂ କେଶରେ୨୭୯, ୧୮୬,୩୫୩,୩୩୭, ୨୬୯,୨୭୦ଆଇପିସି ଧାରା ସହିତ ମୋଟର ଯାନ ନିୟମ ୫୧ଡିଏମ୍ ଆଇନ୍ ଅନୁଯାୟୀ ବେପରୁଆ ଭାବେ ଗାଡି ଚଳାଉଥିବା ସିପୁ ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସେପଟେ ସି ପୁ ଦାସଙ୍କ ଆଖୁ ରେ ପୁଲିସର ଲାଠି ବାଜି ମୁହଁ ଫୁଲିବା ସହିତ ଆଖୁଡୋଳାରେ କ୍ଷତ ହୋଇଥିବାରୁ ତାଙ୍କ ଲିଖିତ ଅଭିଯୋଗ କୁ ମୋ ପୁଲିସ ୭୪୩ ରେ ଏକ ମାମଲା ରୁଜୁ କରିବା ସହ ଏହି କେଶରେ ୩୪୧/୩୨୩ଧାରା ଲଗାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, କୋଭିଡ ନିୟମ ଓ ସଡ଼କ ନିରାପତ୍ତା ନିୟମ ପାଇଁ ମାସ୍କ ଓ ହେଲମେଟ୍ ଚେକିଂ ସମୟରେ ଗତ ୨୭ତାରିଖ ଦିନ ପାଲବଣୀ ଲେବଲ କ୍ରସିଂ ନିକଟରେ ଏକ ବାଇକ୍ ? (ଓଡି- ୧୧କ୍ୟୁ-୧୯୪୫) ଚଢି ପାଲବଣୀ ଛାଞ୍ଚ ଅଞ୍ଚଳର ୨୫ନଂ ୱାର୍ଡର ଯୁବକ ସିପୁ ଦାସ ଯାଉଥିଲେ । ସେ ହେଲମେଟ୍ କିମ୍ବା ମାସ୍କ ପିନ୍ଧି ନଥିବାରୁ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ପ୍ରଥମେ ଏପିଆର କନେଷ୍ଟବଳ ୧୨୮୬ ପଙ୍କଜ ଦାସ ବାବୁ ସିପୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମାତ୍ର ସିପୁ ଦାସ ଆଗକୁ ଚାଲି ଯାଇଥିବା ବେଳେ ଆଗରେ ଥିବା ଏପିଆର କନେଷ୍ଟବଳ୫୯୦ ମାନା ଓରଫ ମନୋଜ କୁମାର ମହାନ୍ତ ବାଡ଼ି ଦେଖାଇ ସିପୁଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସିପୁ ନିଜ ମୁଣ୍ଡ ନୁଆଁଇ ଦେବାରୁ ବାଡିଟି ତାଙ୍କ ଆଖୁରେ ବାଜି ଯାଇ ଡାହାଣ ପଟ ଆଖିର । ଡୋଳା କ୍ଷତିଗ୍ରସ୍ତ ହୋଇଥିଲା । ତବେ ଏହି ଅଭାବନୀୟ ଘଟଣା ସଂପର୍କରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣ ଜନତା ପୁଲିସ ଉପରେ ଅଙ୍ଗୁଳି ଉଠାଇଥିଲେ । ସଂପୃକ୍ତ ପୁଲିସ କର୍ମଚାରୀ ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଜୋରଦାର ଦାବି କରିଥିଲେ । ପୁଣି ୨୯ତାରିଖରେ ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ପୁଲିସ ଏ ଘଟଣାରେ ଆକ୍ସନ ମୁଡକୁ ଆସି ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଛି । ଏହି ଘଟଣାରେ ମୟୁରଭଞ୍ଜ ଏସପି ପି.ସ୍ତି ଓ ପରମାରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଆରକ୍ଷୀ ଅଧକ୍ଷକ ସୁଦାମ ଚନ୍ଦ୍ର ସାହୁ ତଦନ୍ତ କରିବା ସହ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୧୮ ତାରିଖରେ ତଖତପୁର ଠାରେ ସଂଧ୍ୟା ସମୟରେ ଗାଡି ଚେକି ସମୟରେ ବିନା ହେଲମେଟ୍ ସହ ବେପରୁଆ ଗାଡି ଚାଳନା ଯୋଗୁଁ କବ୍ୟରତ ପୁଲିସ ସବ୍ ଇନିସପେକ୍ଟର ଦୟାନିଧ ଦାସଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୁଦାଲା ଦୁଖୀରାମ ସୋରେନ ଙ୍କ ବିରୋଧରେ ଟାଉନ ଥାନା ପୁଲିସ ୩୫୩ରେ ଏକ ମାମଲା ରୁଜୁ କରିବା ସହ ୩୦୨ ଦଫାରେ ଦୁଖୀରାମ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଜନ ଜୀବନ ସୁରକ୍ଷା ପାଇଁ ଏବଂ ଆଇନ୍ କୁ କାର୍ଯ୍ୟକାରୀ କରିବାକୁ ପୁଲିସ ବର୍ତ୍ତମାନ ସମୟରେ ହେଲମେଟ୍ ଓ ମାସ୍ତ୍ର ପରିଧାନ ଉପରେ ଅଧୁକ ଗୁରୁତ୍ବ ଦେଉଥିବା ବଳେ ଅମାନିଆଙ୍କ ଅସାବଧାନତା ଏବଂ ବେପରୁ ଓବା ମନୋଭାବକୁ ଦୂର କରିବାକୁ ଆହୁରି ସଚେତନତା ଆବଶ୍ୟକ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସେପଟେ ସି ପୁ କହିଛନ୍ତି ଯେ, ସେ ଗାଡି ଅଟକାଇବା ସମୟରେ ତାଙ୍କ ଉପରେ ପୁଲିସ ଲାଠି ପ୍ରହାର କରିଥିଲା ।

Related Posts

About The Author

Add Comment