ହିନ୍ଦୁସେନା ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ; ସାଧାରଣରେ ଉଚ୍ଚ ପ୍ରସଂଶା

Spread the love
 କଟକ ୦୩/୦୫ (ସନ୍ଧାନ ନିଉଜ) କଟକ ସଦର ବ୍ଲକ ବୟାଳିଶମୌଜା ଉପକଣ୍ଠ ବେଣ୍ଟକାର ପଂଚାୟତର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ,ଇଲେକ୍ଟ୍ରି ଅଫିସ, ସ୍ୱାସ୍ଥ୍ୟକେନ୍ଦ୍ର,ପୋଲିସ ଫାଣ୍ଡି ଆଦିରେ ହିନ୍ଦୁସେନା ବୟାଳିଶମୌଜା ଶାଖା ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣର ଦିତୀୟ ଲହର ରୋକିବା ତଥା କର୍ମଚାରୀ ଓ ସାଧାରଣଜନତାଙ୍କ  ସୁରକ୍ଷା ଦୃଷ୍ଟିରୁ ବିଶୋଧନ କାର୍ଯ୍ୟ କର୍ମକର୍ତ୍ତା ହିନ୍ଦୁସେନା ସଭାପତି ଦେବାଶିଷ ରାଉତ,ଅଭିରାମ ଦଳାଇ,ଗାନ୍ଧୀଗୁରୁ ଦାସ୍,ଦେବିପ୍ରସାଦ ପତି,ଭାରତୀୟ କିଷାନ ସଂଘର ରାଜ୍ୟ ସଂଯୋଜକ ଅସିମ୍ ଦାସ,ବିଶ୍ୱରଂଜନ ସେଠି,ସୁଜିତ୍ ବେହେରା,ପ୍ରିୟ ରଞ୍ଜନ ଖଟୁଆ,ରଞ୍ଜିତ ମଲ୍ଲିକ୍,ଯୋସେପ୍ ଦାସ ପ୍ରମୁଖଙ୍କ ସହଯୋଗୀତାରେ ସୁଚାରୁରୂପେ ସମାପିତ ହୋଇଛି ।ସୂଚନାଯୋଗ୍ୟ, ହିନ୍ଦୁସେନା ପକ୍ଷରୁ ଏହି ବିଶୋଧନ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରଖିବାକୁ ଯୋଜନା ପ୍ରସ୍ତୁତି କରାଯାଇଛି ।

Related Posts

About The Author

Add Comment