ଯୋଡା , ୧୪/୨/୨୬ (ସନ୍ଧାନ ନ୍ୟୁଜ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ର ଯୋଡା ସେକ୍ସନ ର ବନ୍ଧୁଆ ବେଡ଼। ଠାରେ ଗୁରୁବାର ଦିନ ୨୫ ହାତୀ ପଲ ରେଳ ଧାରଣ। ଅତିକ୍ରମ କରିବା ବେଳେ ମାଲବାହୀ ଟ୍ରେନ ଅଟକି ରହିଥିଲା ।ଯୋଡା ବନ ପାଳ ତ୍ରିନାଥ ଜେନା ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,ଯୋଡା ସେକ୍ସନ ର ଗୁରୁବେଡ଼। ଜଙ୍ଗଲ ରେ ୯ ଟି ହାତୀ ଓ ମହା ପର୍ବତ ଅଞ୍ଚଳରେ ୧୫ ଟି ହାତୀ ବିଚରଣ କରୁଛନ୍ତି ।ଏହି ୨୫ ଟି ହାତୀ ବନ୍ଧୁଆବେଡ଼। ରେଳ ଧାରଣା ଦେଇ ଅତିକ୍ରମ କରୁଥିବା ବେଳେ ମାଲବାହୀ ଟ୍ରେନ ଟି ଅଟକି ରହିଥିଲା ।ଫଳରେ ଏକ ବଡ ଦୁର୍ଘଟଣା ବର୍ତ୍ତି ଯାଇଥିଲା ।ଟ୍ରେନ ଚାଳକ ହାତୀ ପଲ ଧୀରେ ଧୀରେ ଅତିକ୍ରମ କରୁଥିବା ଦୂରରୁ ଦେଖି ପାରି ଟ୍ରେନ କୁ ଅଟକାଇ ରଖିଥିଲେ । ହାତୀମାନେ ଧୀରେ ଧୀରେ ଟ୍ରାକ୍ ପାର ହୋଇ ଜଙ୍ଗଲ ଆଡ଼କୁ ଯାଇଥିଲେ, ଯାହାଦ୍ୱାରା କୌଣସି ଦୁର୍ଘଟଣା ହୋଇନଥିଲା।ଏହି ଘଟଣା ପରେ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ନିରାପଦରେ ଜଙ୍ଗଲ ଭିତରକୁ ଫେରାଇବା ପାଇଁ ପ୍ରୟାସ ଜାରି ରଖି ଥିଲେ। ବନବିଭାଗ ଅଧିକାରୀମାନେ କହିଛନ୍ତି ଯେ, ଏହି ଅଞ୍ଚଳରେ ହାତୀ କରିଡର ଥିବାରୁ ଏପରି ଘଟଣା ପୂର୍ବରୁ ମଧ୍ୟ ଘଟିଛି, ମାତ୍ର ଟ୍ରେନ୍ ଚାଳକ ଓ ରେଳ କର୍ମଚାରୀଙ୍କ ସତର୍କତା ଯୋଗୁଁ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଛି।ସ୍ଥାନୀୟ ଅଞ୍ଚଳରେ ହାତୀ ପଲ୍ ବିଚରଣ କରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ହାତୀଙ୍କୁ ନିରାପଦରେ ଫେରାଇବା ପାଇଁ ନିୟମିତ ମନିଟରିଂ ଜାରି ରହି ଥିବା ବନ୍ ବିଭାଗ ସୂତ୍ରରୁ ଜଣାପଡିଛି ।
ହାତୀ ପାଇଁ ଅଟକି ରହିଲା ମାଲବାହୀ ଟ୍ରେନ
|
February 14, 2026 |



