କେନ୍ଦୁଝର, 02.12.2020 (ଲିଙ୍ଗରାଜ ପଣ୍ଡା): ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଲଘୁ ଖଣିଜ ପଦାର୍ଥ ବେଆଇନ ବୋଲି ଅଭିଯୋଗ ହୋଇଛି । ଅନୁମତି ନନେଇ ଠିକାଦାର ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥର ବ୍ୟବହାର କରିଥିବାରୁ କେନ୍ଦୁଝରର ସୂଚନା କର୍ମୀ ଶଶୀଭୂଷଣ ପଟ୍ଟନାୟକ, ଶିବଚନ୍ଦ୍ର ପାତ୍ର ଓ ଅକ୍ଷୟ କୁମାର ପଟ୍ଟନାୟକ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । ଉଚ୍ଚ ନ୍ୟାୟାଳୟ ମଧ୍ୟ ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରି ଚକିତ ହୋଇଛନ୍ତି । ୬ ନଂ ଜାତୀୟ ରାଜପଥରେ ବ୍ୟବହୃତ ହୋଇଥିବା ଲଘୁ ଖଣିଜ ପଦାର୍ଥ ପାଇଁ ପ୍ରଶାସନ ଅନୁମତି ନଥିବାରୁ ରାଜହାନୀ ହୋଇଥିବା ମଧ୍ୟ ହାଇକୋର୍ଟ ହୃଦବୋଧ କରିଛନ୍ତି । ଉକ୍ତ ଆବେଦନକୁ ଗ୍ରହଣ କରିବା ପରେ ୩ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏ ନିର୍ଦ୍ଦେଶ ପରେ ୬ ରାଜପଥ ନିର୍ମାଣ କରୁଥିବା ଏଲଏଟି କମ୍ପାନୀ ପାଇଁ ଅଡ଼ୁଆ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି । ବିହାର ସୀମା ଠାରୁ କେନ୍ଦୁଝର ସୀମା ପର୍ଯ୍ୟନ୍ତ – ୬ ନଂ ଜାତୀୟ ରାଜପଥ ନିର୍ମାଣ ଦାୟିତ୍ବ ଏଲ୍ ଏଣ୍ଡ ଟି କମ୍ପାନୀ ଦାୟିତ୍ବ ନେଇଛି । ଏହି ୧୧୦ କିମି ରାସ୍ତା ପ୍ରଶସ୍ତିକରଣ ପାଇଁ ବହୁ ପରିମାଣର ମାଟି, ମୋରମ, ବାଲି, ଚି, ପଥର ଆଦି ବ୍ୟବହାର ହୋଇଛି । ହେଲେ ବିପୁଳ ଲଘୁ ଖଣିଜ ପଦାର୍ଥ ବିନା ଅନୁମତିରେ ଠିକାଦାର ବ୍ୟବହାର କରିଥିବା ପ୍ରମାଣ ମିଳିଛି । ସୂଚନା କର୍ମୀ ରାଜପଥ ପାର୍ଶ୍ୱବର୍ତ୍ତୀ ତହସିଲରୁ ସୂଚନା ଅଧୁକାର ବଳରେ ଏହାର ସବିଶେଷ ତଥ୍ୟ ହାସଲ କରିଛନ୍ତି । ଏଥିରେ ଏଲ୍ ଏଣ୍ଡ ଟି କମ୍ପାନୀ ରାଜସ୍ବ ବିଭାଗ ଠାରୁ ଅନୁମତି ନନେଇ ଲଘୁ ଖଣିଜ ପଦାର୍ଥ ରାସ୍ତାରେ ବ୍ୟବହାର କରିଥିବା ଜଣାପଡିଛି ତେବେ ପ୍ରଶାସନ ରାଜପଥ ନିର୍ମାଣ ଦାୟିତ୍ବ ନେଇଥିବା ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ । ଗ୍ରହଣ କରିନଥିଲା କାଁ ଗାଁ ରାଜସ୍ବ ବିଭାଗ ପକ୍ଷରୁ ଠିକାଦାରଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। । ବୋଲି ତଥ୍ୟ ପ୍ରଦାନ କରିଥିଲେ । ବ୍ୟବହୃତ ଲଘୁ । ଖଣିଜ ପଦାର୍ଥ ମୂଲ୍ୟ ଠାରୁ କମ୍ ପରିମାଣର । ଜରିମାନା ଆଦାୟ ହୋଇଥିବାରୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇଛନ୍ତି ଓ ଏମ୍ଏସି ୨୦୧୬ ନିୟମ ଅନୁଯାୟୀ, ବାରମ୍ବାର ନିୟମ ଭଙ୍ଗ କରୁଥିବାରୁ ଏଲ୍ ଏଣ୍ଡ । କମ୍ପାନୀ ବିରୋଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ନିୟମ ରହିଥିଲେ ମଧ୍ୟ ମୟୁରଭଞ୍ଜ ପ୍ରଶାସନ ତାଙ୍କୁ ଅନୁକମ୍ପା ପ୍ରଦର୍ଶନ କରିଥିବା ସୂଚନାକର୍ମୀମାନେ ଅଭିଯୋଗ କରିଥିଲେ। । ଏଥିନେଇ ବାଲେଶ୍ବର ରାଜପଥ କର୍ତ୍ତୁପକ୍ଷଙ୍କୁ ସୂଚନା । କର୍ମୀ ଟ୍ରାଞ୍ଜିଟ୍ ପାସ୍ ଓ ରୟାଲଟି ସମ୍ପକିତ ତଥ୍ୟ ମାଗିଥିଲେ ମଧ୍ୟ ସେମାନେ ତାହା ଦେବାରେ ବିଫଳ ହୋଇଥିଲେ ଦୀର୍ଘ ୩ ବର୍ଷ ଧରି ରାଜପଥ ନିର୍ମାଣ ଦାୟିତ୍ବ ନେଇଥିବା ଠିକାଦାର ପ୍ରଶାସନର ଅନୁକମ୍ପା ହାସଲ କରି ଓଡ଼ିଶାର ରାଜସ୍ବକୁ ଲୁଟି ଚାଲିଥିବା ଦର୍ଶାଇ ସୂଚନା କର୍ମୀମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏଲ୍ ଏଣ୍ଡ ଟି କମ୍ପାନୀ ଅନୈତିକ ଉପାୟରେ ଲଘୁ ଖଣିଜ ପଦାର୍ଥ ରାସ୍ତା କାମରେ ବ୍ୟବହାର କରିଥିବା ଯୋଗୁ ସମ୍ପୃକ୍ତ ରାଜସ୍ୱ ଅଧୁକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆବେଦନକାରୀ ଅଦାଲତର ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ଘଟଣାରେ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହିତ ସମସ୍ତ ତଥ୍ୟ ଆବେଦନକାରୀକୁ ଯୋଗାଇ ଦେବା ଏବଂ ଅନିୟମିତତା ହୋଇଥିଲେ ୩ ମାସ ମଧ୍ୟରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାକି ଚର୍ଚ୍ଚାର ବିଷୟ ହୋଇଛି।
ହାଇକୋର୍ଟଙ୍କ ହସ୍ତକ୍ଷେପ, ୩ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
|
December 2, 2020 |