ବଡଚଣା, ୧୮/୩/୨୦ (ସନ୍ଧାନ ନିଉଜ): ବଡଚଣା ଥାନା ଚଣ୍ଡିଖୋଲ ଫାଣ୍ଡି ଅଧିନସ୍ଥ ୫୩ ନଂ (କ) ଜାତୀୟ ରାଜପଥର ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ଆଜି ଅପରାହ୍ନରେ ଏକ ଦୁର୍ଘଟଣା ଘଟି ଜଣେ ଯୁବକର ମୃତୁ୍ୟ ହୋଇଛି । ସୂଚନା ମୁତାବକ ଧାନମଣ୍ଡଳ ଗ୍ରାମର ଝୁନୁ ପାତ୍ରଙ୍କ ପୁଅ ଲିକୁ ପାତ୍ର(୨୫) ମହାବିନାୟକରୁ କୌଣସି କାମରେ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଏହି ଚଣ୍ଡିଖୋଲ ଛକରୁ ଆରୁହା ଅଭିମୁଖେ ଯାଉଥିବା ଏକ ଟ୍ରାକ୍ଟରର ଡାହାଣପାଶ୍ୱର୍ ଆଗଚକା ବହାରି ଯିବାରୁ ଚାଳକ ଭାରସାମ୍ୟ ହରାଇ ଯୁବକକୁ ଧକ୍କା ଦେଇଥିଲା । ଫଳରେ ଯୁବକର ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଜାରୀ ରଖିଛି । ମୃତ ଯୁବକ ଚଣ୍ଡିଖୋଲର ଏକ ବହି ଦୋକାନରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି ।
ସଡ଼କ ଦୁର୍ଘଟଣାରେ ଯୁବକ ମୃତ
|
March 18, 2020 |



