ସ୍ବାମୀ, ସଉତୁଣୀ ହତ୍ୟାକାରୀ

Spread the love

ବାରିପଦା,ଝରାଡିହି,୯/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) ; ଗତ ୧ ତାରିଖରେ ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ଗ୍ରାମର ଜଣେ‌ ମହିଳାଙ୍କର ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା । ସ୍ବାମୀ ଘରକୁ ଆସିବାର ଦିନକ ପରେ ହିଁ ମିଳିଥିଲା ମୃତଦେହ । ଆଉ ଏହି ଘଟଣାର ୪ ଦିନ ପରେ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିଛି ତିରିଂ ପୁଲିସ । ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସଷ୍ଟି କରିବା ସହ ହତ୍ୟାକାରୀ  ସ୍ବମୀ ଓ ସଉତୁଣୀକୁ ଗିରଫ କରିଛି ।  ପୁଲିସର ସୂଚନା ଅନୁଯାୟୀ ଲୁପୁଙ୍ଗ ଗ୍ରାମର ଦାସମାତ ଟୁଡୁ(୨୩) ପୂର୍ବରୁ ବିବାହ କରିଥିଲେ ବି ଭୋଳାଗାଡ଼ିଆ ଗ୍ରାମର ମୀନୁ ମାଣ୍ଡି(୧୮)ଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ମୀନୁଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ପିଇବା ଗ୍ରାମରେ ଥିବା ମାମୁଁ ଘରେ ତାଙ୍କୁ କିଛି ଦିନ ରଖିବା ପରେ ଗତ ମାସ ୨୮ ତାରିଖ ଦିନ ଉଭୟ ଲୁପୁଙ୍ଗ ଗାଁକୁ‌ ଫେରିଥିଲେ । ୧ ତାରିଖ ପର୍ଯ୍ୟନ୍ତ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ରହିଥିଲେ। ସେହିଦିନ ରାତିରେ ମୀନୁଙ୍କୁ ନେଇ ଘରକୁ ଯାଇଥିଲେ ଦାସମାତ ।

      ତେବେ ସ୍ବାମୀଙ୍କ ଦ୍ବିତୀୟ ବିବାହକୁ ନେଇ ରାତି ଅଧରେ ପାଟିତୁଣ୍ଡ କରିଥିଲେ ପ୍ରଥମ ପ୍ରଥମ ପତ୍ନୀ ବିଜ ଟୁଡୁ(୨୧) । ପରେ ମୀନୁ ଓ ବିଜଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଦାସମାତ ବି ପ୍ରଥମ ପତ୍ନୀଙ୍କୁ ସମର୍ଥନ କରିଥିଲେ। ଠେଲାପେଲା ମଧ୍ୟରେ ମୀନୁ ତଳେ ପଡ଼ିଯିବାରୁ ବିଜ ତାଙ୍କ ତଣ୍ଟି ଚିପି ଧରିଥିଲେ । ଦାସମାତ ମଧ୍ୟ ଏଥିରେ ସହଯୋଗ କରି ଏକ ଗାମୁଛାରେ ମୀନୁଙ୍କ ତଣ୍ଟିକୁ ଭିଡ଼ି ଦେଇଥିଲେ। ମାନଙ୍କୁ ହତ୍ୟା କରିବା ପରେ ସେହି ରାତିରେ ତାଙ୍କ ମୃତଦେହକୁ ଗାଁ ପାଖ ମାଥୀ ବନ୍ଧ ହୁଡ଼ା ତଳେ ଫୋପାଡ଼ି ଦେଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ। ମୀନୁଙ୍କ  ବାପା ବାଜୁ ମାଣ୍ଡିଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲା ପୁଲିସ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହେବା ପରେ ଅଭିଯୁକ୍ତ, ସ୍ବାମୀ, ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଓ ଉଭୟ ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତିରିଂ ଥାନା ଅଧିକାରୀଣୀ ହିରୋଫିନା ହାଁସଦାଙ୍କ‌ ନେତୃତ୍ବରେ ଏଏସ୍‌ଆଇ ଦୁଃଖବନ୍ଧୁ ନାୟକ, ଏକେ ଭଲ୍ମକ ଓ ସତ୍ୟବାନ ଗିରି ମାମଲାର ତଦନ୍ତ କରୁଥିଲେ ।

Related Posts

About The Author

Add Comment