ସୂଚନା ଅଧରକାରୀ କର୍ମୀଙ୍କୁ ମାଡ଼ମାରି ଆହାତ କଲେ

Spread the love

ଯାଜପୁର ସଦର, ୩୦ା୦୫: ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ଏହିପରି ଘଟଣା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ସୂଚନା ଅଧିକାର କର୍ମିଙ୍କୁ ଟେକିନେଇ ଉଲ୍ଲଂଘନ କରି ମାଡ଼ ମାରିବା ସହିତ ମାଟି ବୁହାଇଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବିଞ୍ଝାରପୁର ବ୍ଲକରେ ଜାତୀୟ ଗ୍ରାମୀଣ ପ୍ରଧାନମନ୍ତ୍ରୀ ଯୋଜନାରେ ମେସିନରେ କାର୍ଯ୍ୟ କରାଯିବାରୁ ସୂଚନା କର୍ମୀ କାର୍ଯ୍ୟକୁ ବିରୋଧ କରିବାରୁ ନିସ୍ତୁକ ମାଡ଼ ମରାଯିବା ଅଭିଯୋଗ ହୋଇଚି । ତାଙ୍କ ହାତରେ ମାଟି ବୁହାଯିବା ସହିତ ମାଡ଼ ମାରି ଉଲ୍ଲଂଘନ କରିବା ଯାଜପୁର ଜିଲ୍ଲାରେ ଏହି ଘଟଣା ଚହଳ ପକାଇଚି । ଏହି ସୂଚନା କର୍ମୀ ହେଉଛନ୍ତି ବିଞ୍ଝାରପୁର ବ୍ଲକ ଫତେଇପୁର ଗ୍ରାମର ସିମାନ୍ତ କୁମାର ପାତ୍ର ଏହାକୁ ବିରୋଧ କରିବାରୁ ଶ୍ରୀ ପାତ୍ର ନିଜଘରେ ରହିଥିବା ବେଳେ, ନିକଟସ୍ଥ ନାଉପାଳ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ଲୋଲ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କ ଘରେ ପଶି ମାଡ଼ ମାରିବା ସହିତ ଗାଳି ଗୁଲଜ କରିଥିଲେ । ଶ୍ରୀପାତ୍ରଙ୍କୁ ଘୋଷାରି ଘୋଷାରି ନାଉପାଳକୁ ଦୃବୁର୍ତ୍ତମାନେ ନେଇଯାଇଥିଲେ । ସେଠାରେ ତାଙ୍କୁ ମାଡ଼ ମାରବି ସହିତ ଉଲ୍ଲଂଘନ କରି ମାଟି ବୁହାଇଥିଲେ । ମରଣାତ୍ମକ ଆକ୍ରମଣ କରି ତାଙ୍କ ମୋବଇଲ ଛଡ଼ାଇ ନେଇ ଶ୍ରୀ ପାତ୍ରଙ୍କୁ ମାଟି ବୁହାଇଥିଲେ । ଧମକ ଚମକ ଦେବା ସହିତ ଜୀବନରୁ ମାରି ଦେବାପାଇଁ ଧମକ ଦେଇଥିଲେ । ଏକ ସାଧା କାଗଜରେ ଦସ୍ତଖତ କରି ମାଫିଆ ମାନେ ବିଲ ନମିଳିଲେ ବିଲ ନକରାଗଲେ ୧୦ ଲକ୍ଷ ଟଙ୍କା ତୋଠାରୁ ଆଦାୟ କରିବୁ ବୋଲି ଧମକ ଦେଇଥିଲେ । ବିଞ୍ଝାରପୁର ପୋଲି ଘଟଣା ସ୍ଥଳରେ ପହଁଞ୍ôଚ ଶ୍ରୀ ପାତ୍ରଙ୍କୁ ଉଦ୍ଧାର କରିଥିଲେ । ନାଉପାଳ ଗ୍ରାମର ରବିନ୍ଦ୍ର ମଲିକ ଥାନାରେ ପାଲଟା ଅଭିଯୋଗ କରିଥିଲେ କି ଶ୍ରୀ ପାତ୍ର ତାଙ୍କୁ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କାମ କରାଯାଉଥିବା ବେଳେ, ପାତ୍ର ଫଟୋ ଉଠାଇ ବାରୁ ଶ୍ରୀ ପାତ୍ର ଜାତିଆଣ ଆକ୍ଷେପ କରି ଗାଳିଗୁଲଜ ଦେଇଥିଲେ ବୋଲି ରବିନ୍ଦ୍ର ଏତଲାରେ ଦର୍ଶାଇଛନ୍ତି । ଦୁଇ ଜଣଙ୍କ ଅଭିଯୋଗକୁ ଭିତ୍ତିକରି ବିଞ୍ଝାରପୁର ଥାନା ଆଇଆଇସି ରଞ୍ଜିତ କୁମାର ମହାନ୍ତି ଦୁଇଟି ମାମଲା ରୁଜୁ କରିବା ସହିତ ୨୪୪, ୨୦୫/୨୩ରେ ମାମଲା ରୁଜୁ କରି ନାଉପାଳ ଗ୍ରାମକୁ ଯାଇ ତଦନ୍ତ କରିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନାଉପାଳ ସହୁ ସାହି ନାଳକୁ ପଂଚାୟତର କେତେକ କୋଲ ମନରେଗା ଯୋଜନାରେ ପୋଖରୀ ଖୋଳୁଛନ୍ତି । ଶ୍ରମିକ ମାନଙ୍କ ଦ୍ୱାରା କାମ ନକରି ମେସିନରେ କାମ କରାଯାଉଚି । ଶ୍ରୀ ପାତ୍ର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ତ୍ରୀପାଠୀ, ଜିଆରଏସ ପ୍ରତିମା ବେହେରାଙ୍କୁ ଏହା ଜଣାଇବା ସହିତ ରାତିରେ ମେସିନ ଲଗାଇ କାର୍ଯ୍ୟ କରାଯାଉଚି ବୋଲି ପ୍ରଶ୍ନ କରିଥିଲେ । କାମ କରୁଥିବା ଲୋକମାନେ ଉତ୍ତେକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ତ୍ରୀପାଠୀ, ଶ୍ରୀମତୀ ବେହେରା ଏହାର ମୁଖ୍ୟ ଖଳନାୟକ ବୋଲି ସମାଜସେବୀ ଭୁବନାନନ୍ଦ ସାମଲ, ସନାତନ, ସାହୁ, ରବିନ୍ଦ୍ର ସାମଲ, ବଳରାମ ବଳ କାର୍ଯ୍ୟାନୁଷ୍ଠାନ କରାଯିବାଲାଗି ଦାବି କରିଛନ୍ତି । ଅମୂଲ୍ୟ ତ୍ରୀପାଠୀ ୨୦୨୨ ମସିହାରେ ଓଲେଇ ଚନ୍ଦନପୁର ପାଂୟତରେ ଦୃନିତିରେ ଲିପ୍ତ ରହିଥିବା ବେଳେ, ୨୮ ହଜାର ୯୬ଟଙ୍କା ଜୋରିମାନା ଦେଇଥିବା ଶ୍ରୀ ତ୍ରୀପାତଠୀ ଜଣାଯାଇଚି ।

Related Posts

About The Author

Add Comment