ସୁରାଟରୁ ପ୍ରବାସୀ ଓଡ଼ିଆଙ୍କୁ ଆଣୁଥିବା ବସ୍‌ ଦୁର୍ଘଟଣା; ଜଣେ ମୃତ, ଜଣେ ଗୁରୁତର

Spread the love

ଫୁଲବାଣୀ, ୦୨/୦୫ (ସନ୍ଧାନ ନିଉଜ) ଗୁଜରାଟର ସୁରାଟରୁ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ୭ଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରିଛି। କନ୍ଧମାଳ ରାସ୍ତା ଦେଇ ଅସୁଥିବା ବେଳେ ସେଥିମଧ୍ୟରୁ କଳିଙ୍ଗା ଘାଟୀରେ ଗୋଟିଏ ବସ ଦୁର୍ଘଟଣାଗସ୍ତ ହୋଇଛି । ଘାଟୀ ଅଞ୍ଚଳରେ ଏକ ମୋଡ଼ରେ ଗାଡ଼ିଟିକୁ ନିୟନ୍ତ୍ରଣ କରି ନପାରିବାରୁ ବସ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଜଣେ ପ୍ରବାସୀ ଓଡ଼ିଆଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଏହି ବସ୍‌ରେ ଭଞ୍ଜନଗର, ଆସ୍କା ଓ ବୁଗୁଡ଼ା ଅଞ୍ଚଳର ଲୋକମାନେ ଥିଲେ। ଆଜି ସନ୍ଧ୍ୟା ପ୍ରାୟ ସାଢେ ୮ଟା ସମୟରେ ଘାଟିରେ ବସ୍‌ଟି ଏକ ପିଲର ସହ ପିଟି ହୋଇ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି । ଏଥିରେ ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।  ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ସୁରତ ଜିଲ୍ଲାର ଡାଇମଣ୍ଡ ନଗରରୁ ଏପ୍ରିଲ ୩୦ ତାରିଖ ରାତି ପ୍ରାୟ ୧୧ଟାରେ ପ୍ରାୟ ୬୫ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାହାରି ଥିଲା । ଗୁରୁତରଙ୍କୁ ଭଞ୍ଜନଗର ଓ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଚାଳକ ଘାଟି ସଂପର୍କରେ ଅବଗତ ନଥିବାରୁ ଭାରସାମ୍ୟ ହରାଇଥିବା କୁହାଯାଉଛି।

Related Posts

About The Author

Add Comment