ଧର୍ମଶାଳା, ୯/୧(ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମା ମୋତେଇ ପଡିଆରେ ଚାଲିଥିବା ୨୬ତମ ସୁନ୍ଦରିଆ ପ୍ରିମିୟର ଲିଗ୍ ୨ୟ ଦିବସରେ ଚହଟା ଏବଂ ବଡବାଘସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଡବାଘସାହି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭର ସୁଧା ନିଜର ସମସ୍ତ ୱକେଟ ହରାଇ ୧୮୬ ରନ୍ କରିଥିବା ବେଳେ ଦଳ ପକ୍ଷରୁ ସୁଭମ ରାଉତ ୨୪ବଲରେ ୫୨ ଏବଂ ଶ୍ରକାନ୍ତ ରାଉତ ୧୮ବଲରେ ୩୧ ରନ୍ କରିଥିଲେ । ଜବାବରେ ଚହଟା ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ଓଭର ସୁଧା ନିଜର ସମସ୍ତ ୱକେଟ ହରାଇ ମାତ୍ର ୧୭୩ ରନ୍ କରିପାରି ପରାଜୟ ବରଣ କରିଥିଲେ । ଦଳ ପକ୍ଷରୁ ଆନନ୍ଦ ବେହେରା ୨୧ବଲରେ ୩୧ ରନ୍ ଏବଂ ସତ୍ୟସାଗର ମହାନ୍ତି ୨୪ବଲରେ ୩୬ ରନ୍ କରିଥିଲେ । ଆଜିର ଖେଳରେ ଅତିଥି ଭାବରେ ପୁର୍ବତନ ଆର୍ମି ଅଫିସର ସ୍ୱାଧୀନ ଦାସ ଯୋଗଦେଇ ବଡବାଘାସାହି ଦଳର ସୁବ୍ରତ ରାଉତଙ୍କ ମ୍ୟାନ ଅଫ ଦି ମ୍ୟାଚ ବିବେଚନା କରାଯାଇ ଟ୍ରଫି ପ୍ରଦାନ କରିଥିଲୋ । ଖେଳକୁ ମୃତୁ୍ୟଞ୍ଜୟ ବରାଳ ଏବଂ ଅମୃତ ଜେନା ପରିଚାଳନା କରିଥିଲେ । ସୁନିଲ ନାୟକ, ସଂଜୟ ଦାସ, ରଂଜନ ଜେନା, ରମେଶ ମହାରଣା ଖେଳକୁ ପରିଚାଳନା କରିଥିଲେ । ଗତକାଲି ବମ୍ପୁ ଏବଂ ଗଙ୍ଗାଧରପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିୟୁ ଲାଇଫ ୟୁଥ୍ କ୍ଲବ ସଭାପତି ସପ୍ତ ସାଗର ଦାସ ପ୍ରକାଶ କରିଛନ୍ତି ।
ସୁନ୍ଦରିଆ ପ୍ରିମିୟର ଲିଗ୍ ୨ୟ ଦିବସ: ଚହଟାକୁ ହରାଇ ବଡବାଘସାହି ବିଜୟୀ
|
January 9, 2020 |


