ସୁନ୍ଦରିଆ ପ୍ରିମିୟର ଲିଗ୍: ମିର୍ଜାପୁରକୁ ହରାଇ ଅରାବଳ ସେମିରେ
ସୁନ୍ଦରିଆ ପ୍ରିମିୟର ଲିଗ୍: ମିର୍ଜାପୁରକୁ ହରାଇ ଅରାବଳ ସେମିରେ
Manas Kumar Rout |
January 6, 2019 |

ଯାଜପୁର ୬/୧ (ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ମା ମୋତେଇ ପଡିଆରେ ଚାଲିଥିବା ସୁନ୍ଦରିଆ ପ୍ରିମିୟର ଲିଗ୍ର ୫ମ ଦିବସରେ ମିର୍ଜାପୁର କୁ ହରାଇ ଅରାବଳ ସେମିରେ ପ୍ରବେଶ କରିଛି । ପ୍ରଥମ ଟଚ ଜିତି ଅରାବଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ୱକେଟ ହରଇ ୧୬୪ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ଶକ୍ତି ରଂଜନ ୨୬ବଲରେ ୪୮ରନ୍ ଏବଂ ସୁବତ୍ର ପାଳ ୨୧ବଲରେ ୩୯ରନ୍ ସଂଗ୍ରହ କରିଥିଲେ । ବପକ୍ଷ ଦଳର ବୋଲର ବସନ୍ତ କୁମାର ୪ଓଭରରେ ୨୪ରନ୍ ଦେଇ ୩ଟି ୱକେଟ ଏବଂ ନିଶିକାନ୍ତ ପ୍ରଧାନ ୩ଓଭରରେ ୨୩ରନ୍ ଦେଇ ୨ଟି ୱକେଟ୍ ଅକ୍ତିଆର କରିଥିଲେ । ଜବାବରେ ଅରାବଳ ୧୮ ଓଭର ମଧ୍ୟରେ ସମସ୍ତ ୱକେଟ ହରାଇ ମାତ୍ର ୧୨୬ରନ୍ କରିପାରି ପରାଜୟ ବରଣ କରିଥିଲା । ଦଳ ପକ୍ଷରୁ ପ୍ରଦୃମ୍ନ ନାୟକ ୩୬ବଲରେ ୩୫ରନ୍ ଏବଂ ଏସ. ସାମଲ ୨୧ବଲରେ ୨୫ରନ୍ ସଂଗ୍ରହ କରିିଥିଲେ । ବିପକ୍ଷ ଦଳର ବୋଲର ପ୍ରହଲ୍ଲାଦ ପାତ୍ର ୪ ଓଭରରେ ୨୩ରନ୍ ନେଇ ୫ଟି ୱକେଟ ଏବଂ ଆଦିତ୍ୟ ମହାନ୍ତି ୪ଓଭରରେ ୪ରନ୍ ଦେଇ ୧ଟି ୱକେଟ ଅକ୍ତିଆର କରିଥିଲେ । ପ୍ରହଲ୍ଲାଦ ପାତ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚନା କରାଯାଇଥିଲା । ଅତିଥି ଭାବରେ ନେଉଳପୁର ପୂବତନ ଡାକଘର ଅଧିକାରୀ ପ୍ରଫୁଲ୍ଲ ସାମଲ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳକୁ ସୁଭ୍ରଜିତ ଦାସ, ଶ୍ରୀକାନ୍ତ ଦାସ ପରିଚାଳନା କରିଥିବା ବେଳେ ଜଂଟି ପରିଡା, ତାପସ ପୃଷ୍ଟି ପ୍ରତିଷ ପରିଡା, ଶିବ ବାରିକ ପ୍ରମୁଖ ଧାରବବରଣୀ ପ୍ରଦାନ କରିଥିଲେ । ଆସନ୍ତା କାଲି ବମ୍ପୁ ସହିତ ଆରୁହା ମଧ୍ୟରେ ୨ୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିୟୁ ଲାଇଫ ୟଥ୍ କ୍ଲବ ସଭାପତି ସପ୍ତସାଗର ଦାସ ସୂଚନା ଦେଇଛନ୍ତି ।
Related Posts
About The Author