ଯାଜପୁର, ୨/୧ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ସ୍ଥିତି ମା ମୋତେଇ ପଡିଆରେ ୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍ ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ ଯୋଗଦେଇଥିବା ବେଳେ ସମ୍ମାନୀୟତ ଅତିଥି ଭାବେ ପୂର୍ବତନ ସମିତସଭ୍ୟ ସେକ୍ ଅସଲାମ ଅଲ୍ଲୀ, ଗବେଷକ ମାନସ କୁମାର ରାଉତ, ବନମାଳିତ ସେନାପତି, ନିୟୁ ଲାଇଫ ୟଥ୍ କ୍ଲବ ପରିଚାଳକ ନିର୍ମଳ ଦାସ ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଏହା ଗ୍ରାମଂଚଳରେ କ୍ରୀଡାକୁ ବିକାଶ କରିଥାଏ ଏବଂ ଭାଇଚାରା ବୃଦ୍ଧି କରିଥାଏ ବୋଲି ମତ ଦେଇ ଖେଳାଳୀଙ୍କୁ ପ୍ରୋସôାହିତ କରିଥିଲେ । ଆଜିର ପ୍ରଥମ ମ୍ୟାଚରେ ମିର୍ଜାପୁର ଏବଂ ନଛିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟଚ ଜିତି ନଛିପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ଓଭରରେ ୨ୱକେଟ ହରଇ ୧୩୬ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ଚନ୍ଦନ ଦଳାଇ ୩୩ବଲରେ ୫୧ରନ୍ ଏବଂ ପିକୁନ ନାଥ ୩୪ବଲରେ ୫୬ରନ୍ ସଂଗ୍ରହ କରିଥିଲେ । ଜବାବରେ ମିର୍ଜାପୁର ୧୦.୫ଓଭରରେ ୫ୱକେଟ ହରାଇ ବିଜୟ ହାସଲ କରିଥିଲା । ଦଳପକ୍ଷରୁ ଜୌତିରଂଜନ ପଣ୍ଡା ୨୯ବଲରେ ୬୦ରନ୍ ଏବଂ ତପନ ରାଉତ ୧୫ବଲରେ ୨୫ରନ୍ ସଂଗ୍ରହ କରିିଥିଲେ । ଏହାର ୨ୟ ମ୍ୟାଚ ଅରାବଳ ଏବଂ ବନ୍ଦାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅରାବଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୯ୱକେଟ ହରାଇ ୧୫୫ ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ଅନୁପ ପାଳ୨୫ବଲରେ ୫୧ରନ୍ ଏବଂ ସନ ସଗାର ମହାନ୍ତି ୧୬ବଲରେ ୪୫ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ରଂଜନ ବେହେରା ୧୨ବଲରେ ୨୭ରନ୍ ଏବଂ ଜିତେନ୍ଦ୍ର ଲେଙ୍କାଙ୍କ ୧୧ବଲରେ ୧୭ରନ୍ ସହାୟତାରେ ସମସ୍ତ ୱକେଟ ହରାଇ ୧୦୦ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଆଜିର ଖେଳକୁ ଶ୍ରୀକାନ୍ତ ଦାସ, ବିଜୟ ଦାସ ପରିଚାଳନ କରିଥିବା ବେଳେ ଅଭିଷେକ ବେହେରା, ପ୍ରଶାନ୍ତ ଖିଲାର, ସଂଜୟ ଦାସ, ସନ୍ଦୀପ ଦାସ, ସ୍ୱାଗତ ଦାସ ପ୍ରମୁଖ ସହଯୋଗ କରିଥିଲେ ।
ସୁନ୍ଦରିଆ ପ୍ରିମିୟର ଲିଗ୍ ଉଦଘାଟିତ, ପ୍ରଥମ ଦିବସରେ ମିର୍ଜାପୁର ଏବଂ ଅରାବଳ ବିଜୟୀ
|
January 2, 2019 |



