ଛୁଟି ରବିବାର ଦିନରେ ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଯୋଗଦେଇଥିବା ସୁଚନା ରହିଛି। ନୂତନ ଜିଲ୍ଲାପାଳଙ୍କ ର ରାଉରକେଲା ଏଡିଏମ ଓ କମିଶନର ହିସାବରେ ଦକ୍ଷତା ଭଲ ଥିବାର ସୂଚନା ରହିଛି ।କିନ୍ତୁ ବର୍ତ୍ତମାନ ସମୟ ରେ ଆଇଏଏସ ଓ ଓସିଏସ ଅଧିକାରୀଙ୍କ ର ସମ୍ମାନ କମିଛି ।୨୦୧୯ ରୁ ୨୦୨୨ ପ୍ରଥମ କିଛି ମାସ ମଧ୍ୟରେ DMF ଓ OMBAD C ଫଣ୍ଡ ର ଭୟଂକର ଭ୍ରଷ୍ଟାଚାର ହୋଇଥିଲା ।ଏହାର ଅଭିଯୋଗ ପରେ DMF ଫଣ୍ଡ ଉପରେ ଲଗାମ ଲାଗିଥିଲା। ଡି.ପରାଗ ଜିଲ୍ଲାପାଳ ଥିବା ବେଳେ ନେତାଙ୍କ ମନ ମର୍ଜି ଙ୍କୁ ବନ୍ଦ କରି ଠିକ୍ ବାଟ ଦେଖାଇ ଥିଲେ ,କିଛି ଠିକ୍ ନିର୍ଣ୍ଣୟ ନେଇ ମିଲେଟ କାର୍ଯ କ୍ରମ ସହିତ SHG ମହିଳାଙ୍କ ସସତ୍ରିକରଣ ଦିଗରେ ଅନେକ କାମ କରିଥିଲେ DMF ର ଭ୍ରଷ୍ଟାଚାର କୁ ରୋକିବାରୁ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । କିଛି ସରକାରୀ ଅଧିକାରୀଙ୍କ ରାଜନୈତିକ ଓ କଂପାନୀ ସମ୍ପର୍କ ବିରୁଦ୍ଧରେ କାମ ବି କରିଥିଲେ ବୋଲି ସୂଚନା ରହିଛି ।ଜିଲ୍ଲାପାଳ ମୀନା ଓ ମହାଜନ ଙ୍କୁ ଯେମିତି ରାଜନୈତିକ ଚାପରେ କାମ କରିବାକୁ ଦିଆ ଗଲା ନାହିଁ ସେହିପରି ବର୍ତ୍ତମାନ ର ଜିଲ୍ଲାପାଳ ଡକ୍ତର ଶୁଭଙ୍କର DMF ର ସଠିକ ଉପଯୋଗ କରିପାରିବେ ନା ପଥ ଭ୍ରାନ୍ତ ହେବେ ତାହା ଦେଖିବାକୁ ବାକି ରହିଛି ।
ସୁନ୍ଦରଗଡ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଯୋଗଦେଲେ ଶୁଭଙ୍କର ମହାପାତ୍ର
|
July 28, 2025 |



