ସୁନ୍ଦରଗଡ ଜିଲ୍ଲାରେ କୋବିଡ଼ କଟକଣା ମଧ୍ୟରେ ଆରମ୍ଭ ହେଲା ମାତୃଜ୍ୟୋତି କାର୍ଯ୍ୟକ୍ରମ

Spread the love

ସୁନ୍ଦରଗଡ ତା:୨/୭/୨୦୨୧ (ସନ୍ଧାନ ନିଉଜ /ରାଜୁ ପଟେଲ ) କୋବିଡ଼ କଟକଣା କୁ ଆଖି ଆଗରେ ରଖି ସ୍ଥଗିତ ରଖାଯାଇଥିବା ମା ଓ ଶିଶୁ କୁ ନେଇ ମାତୃଜ୍ୟୋତି କାର୍ଯ୍ୟକ୍ରମ ଆରମ୍ଭ କରସଯାଇଛି । ଆଜି ଏହି କାର୍ଯ୍ୟକ୍ରମ ଜିଲ୍ଲା ଡାକ୍ତରଖାନା ସହିତ ୪୫ଟି ଘରୋଇ କ୍ଲିନିକରେ ଆରମ୍ଭ ହୋଇଛି । କୋବିଡ଼ ଅନ୍ତର୍ଗତ ସମସ୍ତ ନିୟମାବଳୀ ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାରେ ଶିଶୁ ମୃତ୍ୟୁ ହାରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ତରଫରୁ ୨୦୨୦ ଅକ୍ଟୋବର ମାସରେ ମାତୃଜ୍ୟୋତି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଏଥିରେ ମାଆ ମାନଙ୍କୁ ମାଗଣାରେ ଚିକିତ୍ସା ବ୍ୟବସ୍ଥାର ସୁବିଧା  ସହିତ ବିନା ଶୁଳ୍କରେ ସମସ୍ତ ପ୍ରକାର ପରୀକ୍ଷା କରାଯାଉଥିଲା । ୨୦୨୧ ଏପ୍ରିଲ ୧୬ ସୁଦ୍ଧା ୧୬୯୧୯ଜଣ ଗର୍ଭବତୀ ମାଆ ମାନେ ଏହି ସେବା ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମାଆ ମାନଙ୍କୁ ଅଲ୍ଟ୍ରାସାଉଣ୍ଡ ସହିତ ସେମାନଙ୍କ ଖାଇବା ପିଇବା ସୁବିଧା ସହିତ ଅନ୍ୟାନ୍ୟ ସବୁ ପ୍ରକାର ସୁବିଧା ଆଶାକର୍ମୀ ମନଙ୍କୁ ଦାଇତ୍ୱ ଦିଆଯାଇଛି ।ଏହି କ୍ରମରେ କୋଭିଡର ସମସ୍ତ ନିୟମ ଉପରେ ପ୍ରଶାସନ ତଦାରଖ କରୁଥିବା ଜଣାପଡିଛି ।

Related Posts

About The Author

Add Comment