ସୁନ୍ଦରଗଡ଼ ତା:୨୫/୩/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାର ସଦର ନିର୍ବାଚନ ମଣ୍ଡଳୀ ସହିତ ତଳସରା ନିର୍ବାଚନ ମଣ୍ଡଳୀ ଭାସୁଛି ।ସୁନ୍ଦରଗଡ ଜିଲ୍ଲା ଖଣି ଖାଦାନରେ ଭରପୁର ଥିବାବେଳେ ଦେଶୀ ମଦ ସହିତ ବିଦେଶୀ ମଦରେ ଭାସୁଛି ସମ୍ପୂର୍ଣ ଅଞ୍ଚଳ । ଏହି ମଦର ପ୍ରାଦୁର୍ଭାବ ବଢିବା କାରଣରୁ ଅଞ୍ଚଳ ବିନାଶ ଆଡ଼କୁ ଗତିକରୁଥିବା ଜଣାପଡିଛି । ଦୁଇ ନିର୍ବାଚନ ମଣ୍ଡଳୀର ଅନେକ ଅଞ୍ଚଳ ରେ କାୟା ବିସ୍ତାର କରିବାରେ ଲାଗିଛି ବେଆଇନ ମଦ କାରବାର । ଖଣି ଅଞ୍ଚଳ ହେବା କାରଣରୁ ମଦ ମାଫିଆଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି ।ସୂଚନା ଅନୁସାରେ ପୋଲିସ ବିଭାଗ ଓ ଅବକାରୀ ବିଭାଗ ଅବହେଲା କରିବା ସହିତ ନିଜ ସ୍ୱାର୍ଥ ସାଧିତ କରୁଥିବା ଚର୍ଚ୍ଚା ହେଉଛି । ଏହି କାୟା ବିସ୍ତାର କେବଳ ମଦ ଭାଟି ନୁହେଁ ଗାଁ ଗାଁ ରେ ଥିବା ପାନ ଦୋକାନରେ ଆଦୃତ ହେବାରେ ଲାଗିଛି। ଏହି ପାନ ଦୋକାନରୁ ମାସିକିଆ ହିସାବରେ ଲୋକେ ମଦ ପିଇ ପ୍ରତ୍ୟେକ ଅଞ୍ଚଳରେ ଅସନ୍ତୋଷ ବଢ଼ାଉଥିବା ସୂତ୍ରରୁ ପ୍ରକାଶ । ବେଆଇନ ମଦ ପିଇ ଶରୀର ସହିତ ସମଗ୍ର ସମାଜକୁ ଦୂଷିତ କରିବା ପାଇଁ ଏହି ମଦ ଭାଟି ରହିଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ସବୁ ଜାଣି ଶୁଣି ଚୁପ୍ ରହୁଥିବା ଏକ ବଡ ପ୍ରଶ୍ନ ? ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଦିବାରେ ଲାଗିଛି । ଏହି ନିଶା କାରବାର ରାଜ୍ୟବ୍ୟାପୀ ଚାଲିବା ସହିତ ପ୍ରତ୍ୟେକ ଗ୍ରାମାଞ୍ଚଳରେ ଏହା ଦେଖିବାକୁ ମିଳୁଛି । ଜିଲ୍ଲାର ପ୍ରତ୍ୟେକ ପଂଚାୟତରେ ମଦ ବନ୍ଦ ପାଇଁ ଗ୍ରାମ ସଭାରେ ପାରିତ ହେବାପରେ ପ୍ରଶାସନ ଏହାକୁ କେବେ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଛି ।
ସୁନ୍ଦରଗଡ଼ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ସହିତ ତଳସରା ନିର୍ବାଚନ ମଣ୍ଡଳୀ ମଦରେ ଭାସୁଛି
|
March 25, 2026 |



