ସୀମାରେ ପାକ୍‌ର ଅତର୍କିତ ଗୁଳି ବର୍ଷଣ: ୨ ଯବାନ ଶହୀଦ

Spread the love

ପୁଞ୍ଛ, ୧୦/୦୧/୨୦ (ସନ୍ଧାନ ନିଉଜ) : ଜମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ପାକିସ୍ତାନ ପକ୍ଷରୁ ଅତର୍କିତ ଗୁଳିଗୋଳା ବର୍ଷଣ ଫଳରେ ୨ ଜଣ ଭାରତୀୟ ଯବାନ ଶହୀଦ ହେବା ସହ ୨ ଜଣ ଆହତ ହୋଇଛନ୍ତି। ଆକ୍ରମଣରେ ଶହୀଦ ହୋଇଥିବା ୨ ଯବାନ ସେନାରେ ପୋର୍ଟର ଥିବା ଜଣାପଡ଼ିଛି। ଘଟଣା ଘଟିଛି ପୁଞ୍ଛ ଜିଲାର ଗୁଲପୁର ସେକ୍ଟରରେ।
ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରାୟ ଦିନ ୧୧ଟା ସମୟରେ ପୁଞ୍ଛଠାରେ ପ୍ରବଳ ଗୁଳି ବର୍ଷଣ ଆରମ୍ଭ କରିଥିଲା। ପାକ୍ ସୈନିକମାନେ ଭାରତ ସୀମାକୁ ମୋର୍ଟାର ଛାଡ଼ିଥିଲେ। ଅନ୍ୟ ପକ୍ଷରେ ଭାରତୀୟ ଯବାନମାନେ ମଧ୍ୟ ପାକିସ୍ତାନକୁ ଏହାର କଡ଼ା ଜବାବ ଦେଇଥିଲେ। ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନୀ କ୍ୟାମ୍ପ୍‌ର ଅନେକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି।

Related Posts

About The Author

Add Comment