ସିବିଆଇ ଜାଲରେ ଫସିଲେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ; ଗୋଟିଏ ଦିନରେ ପ୍ରଦାନ କରିଥିଲେ ୧୩ଟି ଖଣିର ଲିଜ୍‌

Spread the love

ନୂଆଦିଲ୍ଲୀ, ୭/୧ (ସନ୍ଧାନ ନିୟୁଜ)  : ଉତ୍ତରପ୍ରଦେଶରେ ହୋଇଥିବା ଅବୈଧ ଖଣି କାରବାର ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗ୍ରହଣ କରିଥିବା ବେଳେ ଏବେ ସିବିଆଇ ଜାଲରେ ଫସି ଯାଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଉତ୍ତରପ୍ରଦେଶରେ ହୋଇଥିବା ଅବୈଧ ଖଣି କାରବାର ମାମଲାର ତଦନ୍ତ ଆରମ୍ଭ କରି ଏବେ ସିବିଆଇ ଅଧିକାରମାନେ ଜାଣିବାକୁ ପାଇଛନ୍ତି ଯେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶଙ୍କ ହାତରେ ଖଣି ମନ୍ତ୍ରାଳୟ ରହିଥିବା ବେଳେ ଖଣି ଦୁର୍ନୀତି ହୋଇଥିଲା। ମୁଖ୍ୟମନ୍ତ୍ରୀ ଖଣି ମନ୍ତ୍ରାଳୟ ଦାୟିତ୍ୱରେ ଥିବାବେଳେ ୧୪ଟି ଖଣିର ଲିଜ୍‌ ପ୍ରଦାନ କରିଥିଲେ। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ୧୪ଟି ଖଣି ମଧ୍ୟରୁ ୧୩ଟି ଖଣିର ଲିଜ୍‌କୁ ଅଖିଳେଶ ଗୋଟିଏ ଦିନରେ ଅର୍ଥାତ୍‌ ଫେବ୍ରୁଆରି ୧୭, ୨୦୧୩ରେ ପ୍ରଦାନ କରିଥିଲେ ଏବଂ ଏକ୍ଷେତ୍ରରେ ରହିଥିବା ଇ-ଟେଣ୍ଡର ପ୍ରକ୍ରିୟାକୁ ନଜରଅନ୍ଦାଜ କରିଦେଇ ଲିଜ୍‌ ପ୍ରଦାନରେ ବ୍ୟାପକ ଦୁର୍ନୀତି କରିଥିବା ସିବିଆଇ ଅଧିକାରୀମାନେ ଏବେ ତଦନ୍ତରୁ ଜାଣିବାକୁ ପାଇଛନ୍ତି। ଏ ଘଟଣା ଜାଣିବା ପରେ ଏବେ ଖଣି ଦୁର୍ନୀତି ମାମଲାରେ ଅଖିଲେଶଙ୍କୁ ପକ୍ଷଭୁକ୍ତ କରି ତାଙ୍କୁ ଜେରା କରିବା ଯୋଜନାରେ ସିବିଆଇ ଅଧିକାରୀମାନେ ରହିଥିବା ଜାଣିବାକୁ ମିଳିଛି।

Related Posts

About The Author

Add Comment