ବରୀ : ୧୨/୨/୨୬ (ସନ୍ଧାନ ନ୍ୟୁଜ) ସାହିତ୍ୟିକ ଓ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ବାରିକଙ (୮୦) ଙ୍କର ପରଲୋକ ଘଟିଛି l ସ୍ବର୍ଗତ ବାରିକଙ୍କ ଘର ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଞ୍ଚାୟତ ନଦୀନାଳ ଘେରା ଭଅଁରା ଗ୍ରାମରେ l ବିଏ ପାସ କରିବା ପରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ l ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ସମଗ୍ର ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ l ଶିକ୍ଷକତା ବୃତ୍ତି ସହ ସାହିତ୍ୟ ସାଧନା ଥିଲା ତାଙ୍କର ନିଶା l ଅଷ୍ଟମ ଶ୍ରେଣୀରେ ପାଠ ପଢିବା ବେଳେ ସାହିତ୍ୟରେ ତାଙ୍କର ପ୍ରବେଶ ହୋଇଥିଲା। ୧୯୮୦ ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ “ମଧୁ ମାଳତୀର ସ୍ବପ୍ନ” ପ୍ରକାଶ ପାଇ ବେଶ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲା । ନିଜ ଘର ନିକଟରେ ଖରସ୍ରୋତା ଓ ତନ୍ତୀଘାଇ ନଦୀର କୁଳୁ କୁଳୁ ସ୍ୱର, ସବୁଜିମା କ୍ଷେତ ତାଙ୍କୁ କବିତା ରଚନା ପାଇଁ ପ୍ରେରଣା ପ୍ରଦାନ କରିଥିଲା। ସାହିତ୍ୟିକ କୃତୀ ପାଇଁ ସେ ଭୂମିପୁତ୍ର ସାହିତ୍ୟ ସମାଜ କଲ୍ୟାଣ ପରିଷଦ, ଭଅଁରା, ଜଗନ୍ନାଥ ସଂସ୍କୃତିକ ପରିଷଦ, ବରୀ, ଗୋପବନ୍ଧୁ ଚୌଧୁରୀ ସ୍ମୃତି ସଂସଦ, ଅଖିଳ ଚକ୍ର ପତ୍ରିକା ପକ୍ଷରୁ ବିଭିନ୍ନ ସମ୍ମାନରେ ସମ୍ମାନିତ ହେଇଥିଲେ । ତାଙ୍କ ବିୟୋଗରେ ସାହିତ୍ୟ ଓ ଶିକ୍ଷା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହେଲା ବୋଲି ଶିଶୁ ସାହିତ୍ୟିକ ଡ଼କ୍ଟର ଅଜୟ କୁମାର ଜେନା, ଜଗା ଶିଶୁ ସାହିତ୍ୟ ସଂସଦର ସଭାପତି ବ୍ରଜମୋହନ ସାମଲ, ବିଦଗ୍ଧା ର ନିର୍ଦେଶକ ଶରତ କୁମାର ଜେନା, ଅଭିମନ୍ୟୁ ସାହିତ୍ୟ ପରିଷଦର ସଭାପତି ଡ଼କ୍ଟର ରବୀନ୍ଦ୍ର କୁମାର ଦାସ, ପୁଣ୍ୟତୋୟାର ସମ୍ପାଦିକା ସବିତା ନାୟକ, ଡ଼କ୍ଟର ନିରଞ୍ଜନ ସାହୁ, ଡ଼କ୍ଟର ଅମୂଲ୍ୟ କୁମାର ପଣ୍ଡା,ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା, ଶିକ୍ଷାବିତ ଦୁଃଶାସନ ଜେନା, ବିଜୟ କୁମାର ଜେନା, ନରେନ୍ଦ୍ର କୁମାର ପଣ୍ଡା, ଗୋପବନ୍ଧୁ ନାୟକ, ବିଶ୍ୱନାଥ ତ୍ରିପାଠୀ, ମହେଶ୍ୱର ପଳାଇ, ଅରୁଣ କୁମାର ବିଶ୍ୱାଳ, କୈଳାଶ ବିହାରୀ, ସନ୍ତୋଷ କୁମାର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଜେନା ବିଶ୍ଵଭୂଷଣ ଜେନା, ଶ୍ରୀନିବାସ ନାୟକ, କାହ୍ନୁ ଚରଣ ସ୍ୱାଇଁ, ପ୍ରଦୀପ ପଳାଇ, ସୁରେଶ ଚନ୍ଦ୍ର ବାରିକ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି l
ସାହିତ୍ୟମନସ୍କ ଶ୍ୟାମ ସୁନ୍ଦର ସାରଙ୍କ ପରଲୋକ
|
February 12, 2026 |



