ଯାଜପୁର ସଦର, ୦୨ା୦୪ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଏବଂ ବଡ଼ଚଣା ନିର୍ବାଚନ ମଣ୍ଡଳୀ ମଧ୍ୟସ୍ଥଳରେ ହରିପୁର ଗ୍ରାମ ନିକଟସ୍ଥ ସାହାଡ଼ା ସୁନ୍ଦରୀ ଠାକୁରାଣୀଙ୍କ ଯଜ୍ଞକାର୍ଯ୍ୟ କରାଯିବା ପାଇଁ ଆୟୋଜକ ମାନେ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ, ବହୁ ପୁରାତନ ଦେବୀ ମା ସାହାଡ଼ା ସୁନ୍ଦରୀଙ୍କ ଯଜ୍ଞ ମଣ୍ଡପ ପରିଶରରେ ଯଜ୍ଞ କାର୍ଯ୍ୟ କରାଯିବାପାଇଁ ପ୍ରସ୍ଥୁତି କାର୍ଯ୍ୟ ଚାଲିଥିବା ବେଳେ, ଏହି ଯଜ୍ଞ ଦେଖିବାପାଇଁ ୧୦ ଟି ପଂଚାୟତର ଭକ୍ତମାନେ ମାଙ୍କ ଯଜ୍ଞରେ ଯୋଗଦେବାପାଇଁ ଯଜ୍ଞ କମିଟି ପକ୍ଷରୁ ଏକ ପ୍ରସ୍ଥୁତି ବୈଠକ ଅନୁଷ୍ଟିତ ହୋଇଯାଇଚି । ଏହି ଅବସରରେ ମାଙ୍କର ଯଜ୍ଞ ୫ଦିନ ଧରି କରାଯିବ ବୋଲି ଅୟୋଜକ ମାନେ ସୂଚନା ଦେଇଛନ୍ତି । କମିଟି ପକ୍ଷରୁ ଶହଶହ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ପାନୀୟ ଜଳ, ଆଲୋକ ବ୍ୟବସ୍ଥା କରାଯିବା ସହିତ ଶାନ୍ତୀ ଶୃଙ୍ଖଳା ରକ୍ଷା କରାଯିବା ପାଇଁ ବରୀ ରାମଚନ୍ଦ୍ରପୁର ଥାନା ପୋଲିସ ସହାୟତା କରିବେ ବୋଲି ଜଣାଯାଇଚି । ଏହି ଯଜ୍ଞଙ୍କୁ ଦେଖିବା ସହିତ ମାଙ୍କର ଆଶ୍ରୀର୍ବାଦ ନେବା ସହିତ ପ୍ରତିବର୍ଷ କରୋନା ମାହାମାରୀରୁ ଯଜ୍ଞକାର୍ଯ୍ୟ ହେଉନଥିବାରୁ ଏ ବର୍ଷ ମାଙ୍କର ଯଜ୍ଞ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଚି ।
ସାହାଡ଼ା ସୁନ୍ଦରୀ ଯଜ୍ଞ ପାଇଁ ପ୍ରସ୍ତୁତି
|
April 3, 2022 |



