ହାଟଡିହି, ୧୯/୦୮/୨୦ (ସନ୍ଧାନ ନିଉଜ) : ସାଳନ୍ଦୀ ନଦୀର ବିଦ୍ୟାଧରପୁର ନିକଟରୁ ଆଜି ବାଲିବରେଇ ଓ ବିଦ୍ୟାଧରପୁର ଗ୍ରାମର ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବରରୁ ଜଣାଯାଇଛି ଯେ ବିଦ୍ୟାଧରପୁର ଗ୍ରାମର ଚକିରିଆ ସାହିର ଜେନା ହୋ (୬୮) ନାମକ ଜଣେ ବ୍ୟକ୍ତି ସାଳନ୍ଦୀ ନଦୀରେ ମାଛ ମାରିବାକୁ ଯାଇଥିବାବେଳେ ଅସାବଧାନତା ବସତଃ ଜାଲରେ ଗୁଡାଇ ହୋଇଯାଇ ମୃତ୍ୟୁ ବରଣ କରିଥିଲେ। ସେହିପରି ବାଲିବରେଇ ଗ୍ରାମର ଉଚ୍ଚଡାହି ସାହିର ଶଙ୍କରା ମହାକୁଡ (୬୫) ନାମକ ଜଣେ ବ୍ୟକ୍ତି ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ସେଠାରେ ଅସାବଧାନତା ବସତଃ ପଡିଯାଇ ମୃତ୍ୟୁବରଣ କରିଛନ୍ତି।
ସାଳନ୍ଦୀ ନଦୀରୁ ୨ଜଣଙ୍କ ମୃତଦେହ ଉଦ୍ଧାର
|
August 19, 2020 |



