ସାଲୁଙ୍କି ନଦୀରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭାଇ-ଭଉଣୀ ମୃତ
ସାଲୁଙ୍କି ନଦୀରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭାଇ-ଭଉଣୀ ମୃତ
Sandhan News |
April 17, 2022 |
ବାଲିଗୁଡା,୧୭/୦୪/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଛତିଘର ଗାଁ ର ସାଲୁଙ୍କି ନଦୀ ରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଦୁଇ ଭାଇ-ଭଉଣୀ ନଦୀରେ ବୁଡ଼ି ଯାଇଥିଲେ ।ପାଖରେ ଥିବା ଲୋକେ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଟିକାବାଲି ଡାକ୍ତରଖାନା ନିଆଯାଇଥିବା ବେଳେ ଉଭୟଙ୍କୁ ଟିକାବାଲି ମେଡିକାଲ ଡାକ୍ତର ମୃତ ଘୋଷଣା କରିଛନ୍ତି l ମୃତ୍ୟୁ ବରଣ କରିଥିବା ଭାଇ ଭଉଣୀ ଛତିଘର ଗ୍ରାମର ଯୁଧିଷ୍ଠିର ଦେହୁରୀ ଙ୍କ ପୁଅ ସତ୍ୟଜିତ ଦେହୁରୀ(୫) ହୋଇଥିବା ବେଳେ ଝିଅ ଯାଜ୍ଞସେନି ଦେହୁରୀ(୪) ହୋଇଥିବା ଜଣାପଡ଼ିଛି ।


Related Posts
About The Author