ଭଦ୍ରକ, 28.01.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା ):– ସାମାନ୍ୟ କଥାରୁ ଆରମ୍ଭ ହୋଇଥିଲା କଥା କଟାକଟି ପରେ ହାତାହାତି। ଏ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏପରି କି ସ୍ଥାନୀୟ ସରପଞ୍ଚଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସିଛି। ମିଳିଥିବା ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ବନ୍ତ ଥାନା ଅଧିନସ୍ଥ ସେବା ସମବାୟ ସମିତିର ମଣ୍ଡି ନିକଟରେ ଖଗେଶ୍ୱର ସେନାପତି ନାମକ ଜଣେ ବ୍ୟକ୍ତି ନିଜ ଧାନ ବସ୍ତା ରଖିଥିଲେ। ଏହାକୁ ସ୍ଥାନୀୟ ସରପଞ୍ଚ ବିରୋଧ କରିବା ସହ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ସାମାନ୍ୟ ଘଟଣା ପରବର୍ତ୍ତୀ ସମୟରେ ଉଗ୍ରରୂୂପ ଧାରଣ କରିଥିଲା । ତେବେ ଏ ନେଇ ଖଗେଶ୍ୱର ବନ୍ତ ଥାନାରେ ସରପଞ୍ଚଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଫୋନ୍ ଯୋଗେ ସରପଞ୍ଚଙ୍କ ସହ ଯୋଗାଯୋଗ କରାଯାଇଥିଲା। ସରପଞ୍ଚ କହିଥିଲେ, ସେମିତି କୌଣସି ଘଟଣା ଘଟି ନାହିଁ। ଅନ୍ୟପଟେ ଖଗେଶ୍ବରଙ୍କ ନାଁରେ ଚାଷୀ କମିଟି ଓ ସେବା ସମବାୟ ପକ୍ଷରୁ ୩ ଏତଲା ଦିଆଯାଇଥିବା ସୂଚନା ମିଳିଛି ।
ସାମାନ୍ୟ କଥାରୁ ହାତାହାତି
|
January 28, 2021 |



