ମୟୂରଭଞ୍ଜ, ୦୧/୧୦/୨୦ (ସନ୍ଧାନ ନିଉଜ) – ମୟୂରଭଞ୍ଜ ଜିଲ୍ଲାରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନିତ୍ ଭରଦ୍ୱାଜଙ୍କର ସୁପାରିଶ କ୍ରମେ ଜିଲ୍ଲା ମେଡିକାଲ ବୋର୍ଡର ପଞ୍ଚମ ପର୍ଯ୍ୟାୟ ଆୟୋଜିତ ହୋଇ ଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ବିନ୍ଧାଣିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କୋଭିଡ-୧୯ର ସମସ୍ତ ଗାଇଡଲାଇନ ଅନୁସରଣ କରି ସମସ୍ତ ଆୟୋଜନ କରାଯାଇଥିଲା । ସମସ୍ତେ ମାସ୍କ ପିନ୍ଧିବା ସହ, ସାମାଜିକ ଦୂରତା କିଭଳି ରକ୍ଷା କରିହେବ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା । ସମସ୍ତେ ଭିତରକୁ ପଶିବା ପୂର୍ବରୁ ସେନିଟାଇଜ୍ କରିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଶ୍ରୀ ବିନ୍ଧାଣୀ ସମସ୍ତ ରୋଗୀ ମାନଙ୍କୁ କିଭଳି ଭାବେ ନିର୍ଭିକ ସେବା ଯୋଗାଇ ଦେଇ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଥିଲେ । ଉକ୍ତ କାର୍ଯ୍ୟକୁ ସୁ•ରୁ ଭାବେ ୍ତୁଲାଇବାର ଦାୟିତ୍ୱ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଅବନୀ କୁମାର ପତି ଏବଂ ତାଙ୍କ ଟିମ୍ଙ୍କୁ ଦିଆଯାଇଥିଲା । ଶ୍ରୀ ପତି ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ ଆୟୋାଜନ କରି ସମସ୍ତ ରୋଗୀଙ୍କୁ ଏହି ଭିନ୍ନକ୍ଷମ ପ୍ରମାଣପତ୍ର ଶିବିରରେ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ମୋହନ ଚରଣ ମୁର୍ମୁ, ଚକ୍ଷୁ ବିଭାଗର ଡାକ୍ତର ମିତା ମିଶ୍ର, ମାନସିକ ବିଭାଗର ଡାକ୍ତର ପ୍ରଦିପ କୁମାର ନାୟକ, ବରିଷ୍ଠ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ପଡିହାରୀ, ଗଳା ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ବିଶ୍ୱନାଥ ଦାସଙ୍କ ଦ୍ୱାରା ମୋଟ ୧୨୧ ଜଣଙ୍କର ଅନଲାଇନ ପଞ୍ଜିକରଣ ଓ ନିଦାନ କରାଯାଇ ୟୁ.ଡି.ଆଇ.ଡି. ନମ୍ବର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ବରିଷ୍ଠ ଓଡିଓଲଜିଷ୍ଟ ମାନସ କୁମାର ନାୟକ ଫିଜିଓଥେରାପିଷ୍ଟ ରାମେଶ୍ୱର ପୁଥାଳ, ସାଇକୋଲୋଜିଷ୍ଟ ଚନ୍ଦ୍ର ଶେଖର ନାୟକ, ମବିଲିଟି ଇନ୍ସପେକ୍ଟର ପବୀଣା ଦାସ, ବିପିନ ବିହାରୀ ବେହେରା, ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକୁ ସୁ•ରୁ ରୂପେ ତୁଲାଇବା ପାଇଁ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଅବନୀ କୁମାର ପତି, ମନୋଜ ବେହେରା, ଈଶ୍ୱର ପ୍ରଧାନ, ଚନ୍ଦ୍ର ଶେଖର ମୁଦି, ବିପୁଲ ସରକାର, ସଂଯୋଶ ଭୂୟାଁ, ଚନ୍ଦନ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ ।
ସାମାଜିକ ସୁରକ୍ଷା ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୧୨୧ଜଣକୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ
|
October 1, 2020 |


