ରାଉରକେଲା, ୨୮/୦୬ (ସନ୍ଧାନ ନିଉଜ): ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ରହିଛି ୧୫୦ରୁ ଉର୍ଦ୍ଧ ଛୋଟ ବଡ଼ କୋଚିଙ୍ଗ ସେଂଟର । ମାତ୍ର ମହାମାରୀ କରୋନା ଯୋଗୁ ଦୀର୍ଘ ୩ ମାସରୁ ଉର୍ଦ୍ଧ ସମୟ ଧରି କୋଚିଙ୍ଗ ସେଂଟର ବନ୍ଦ ଥିବା ଯୋଗୁ କୋଚିଙ୍ଗ ସେଂଟର ମାଲିକ ମାନେ ଘୋର ଆର୍ଥର୍ିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଅପରପକ୍ଷରେ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ପାଠପଢାରୁ ବଂଚିତ ହେଉଛନ୍ତି । ଏଣୁ କୋଚିଙ୍ଗ ସେଂଟର ମାଲିକ ମାନେ ଏକତ୍ରିତ ହୋଇ କୋଚିଙ୍ଗ ସେଂଟର ଗୁଡ଼ିକୁ ସାମାଜିକ ଦୂରତାକୁ ବଜାୟ ରଖି ଚାଲୁ ରଖିବାକୁ ଏକ ସ୍ମାରକପତ୍ର ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏହି ପ୍ରତିନିଧି ମଣ୍ଡଳୀର ସମସ୍ୟା ସମ୍ପର୍କରେ ଅବଗତ ହୋଇ ନିଷ୍ପତି ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ସରୋଜ ବେହେରା, ଉତମ କୁମାର ବେହେରା ସୌମ୍ୟରଂଜନ ସାହୁ, ସଲିଲ ପରିଡ଼ା, ହିତେନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।
ସାମାଜିକ ଦୂରତାରେ କୋଚିଙ୍ଗ ସେଂଟର ଖୋଲିବାକୁ କଲେକ୍ଟରଙ୍କୁ ନିବେଦନ
|
June 28, 2020 |



