ସାବଧାନ୍ ଟେଲିଗ୍ରାମକୁ ଟାର୍ଗେଟ୍‌ କରୁଛନ୍ତି ହ୍ୟାକର୍‌

Spread the love

ବାରିପଦା, 27.01.2021 (ସନ୍ଧାନ ନିଉଜ୍):-  ଫେସବୁକ୍‌ ପରେ ଏବେ ହ୍ୟାକର୍‌ମାନଙ୍କ ନୂଆ ଟାର୍ଗେଟ୍‌ ହେଉଛି ଟେଲିଗ୍ରାମ୍‌ । ୨ ବର୍ଷ ପୂର୍ବେ ଲୋକପ୍ରିୟ ଆପ୍‌ ଫେସବୁକ୍‌ର କୋଟି କୋଟି ଗ୍ରାହକଙ୍କ ଡାଟା ଚୋରି ହୋଇଥିଲା । ତେବେ ବର୍ତ୍ତମାନ ପୁଣି ଥରେ ସେହି ଗ୍ରାହକଙ୍କମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି ହ୍ୟାକର୍‌ । ଅଭିଯୁକ୍ତମାନେ ଫେସବୁକ୍‌ ଗ୍ରାହକମାନଙ୍କ କଣ୍ଟାକ୍ଟ ବିବରଣୀକୁ ଆସେସ୍ କରୁଛନ୍ତି । ଏଥିପାଇଁ ସେମାନେ ଟେଲିଗ୍ରାମ୍‌ ଆପ୍‌ର ବଟ୍‌କୁ ବ୍ୟବହାର କରୁଛନ୍ତି । ଜଣେ ବିଶେଷଜ୍ଞ କହିଛନ୍ତି, ୨୦୧୯ରେ ଏକ ଅସୁରକ୍ଷିତ ସର୍ଭରକୁ ଚିହ୍ନଟ କରାଯାଇଥିଲା । ଏହି ସର୍ଭରରେ ପ୍ରାୟ ୪୨ କୋଟି ଡାଟା ରେକର୍ଡ ଥିଲା । ଏଥିରେ କେବଳ ଆମେରିକା ଓ ବ୍ରିଟେନ୍‌ର ପ୍ରାୟ ୧୫ କୋଟି ଫେସବୁକ ବ୍ୟବହାରକାରୀଙ୍କର ଡାଟା ରହିଥିଲା । ତେବେ ଶୁଣିବାକୁ ମିଳୁଛି, ହ୍ୟାକରମାନେ ଏଥିପାଇଁ ଟେଲିଗ୍ରାମ୍‌ ଆପର ବଟ୍‌ ବ୍ୟବହାର କରିଥିଲେ । କାରଣ ଏହାକୁ ବ୍ୟବହାର କରି ହ୍ୟାକରମାନେ ଅତି ସହଜରେ ଫେସବୁକ୍‌ ବ୍ୟବହାରକାରୀଙ୍କ ଡାଟା ହ୍ୟାକ୍‌ କରିନେଇଥିଲେ । ତେବେ ଏହି ବଟ୍‌ ବ୍ୟବହାରକାରୀଙ୍କୁ ଫେସବୁକ୍‌ ୟୁଜର ଆଇଡି ବଦଳରେ ଫୋନ ନମ୍ବା ଦେବାକୁ କହେ । ଯାହା ଦ୍ବାରାକି ସେମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ । ରିଭର୍ସ ସର୍ଚ୍ଚ ମାଧ୍ୟମରେ ଫେସବୁକ୍ ଆଇଡି ବ୍ୟବହାର କରି ୟୁଜରଙ୍କ ନମ୍ବର ନେଇଯାଆନ୍ତି । ଏହା ମଧ୍ୟ ଦାବି କରାଯାଉଛି ଯେ, ଏହି ବଟ୍‌ ପ୍ରାୟ ୧୯ଟି ଦେଶର ୟୁଜରଙ୍କ ଡାଟା ଉପଲବ୍ଧ କରାଇଥାଏ । ତେବେ ଯେଉଁମା​‌ନେ ନିଜ ନମ୍ବର ଗୋପନୀୟ ରଖନ୍ତି ସେମାନଙ୍କୁ ବୋଟ୍‌ ହାସଲ କରିପାରେ ନାହିଁ । ଫେସବୁକ୍‌ ଏହାକୁ ନେଇ କହିଛି ଯେ, ଡାଟା ଲିକ୍ ହେବାର ଆଶଙ୍କା ସରିବା ପରେ ସୃଷ୍ଟି ହୋଇଥିବା ଫେସବୁକ୍ ଆଇଡିରେ ଏହି ବଟ୍‌ କାମ କରେ ନାହିଁ। କିନ୍ତୁ ୨୦୧୯ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆକାଉଣ୍ଟଗୁଡିକ ବିଷୟରେ କିଛି କୁହାଯାଇନାହିଁ । ଏଭଳି ପରିସ୍ଥିତିରେ ଏହି ଆକାଉଣ୍ଟଗୁଡିକ ହ୍ୟାକରଙ୍କ ଟାର୍ଗେଟରେ ଅଛି ।

Related Posts

About The Author

Add Comment