ସହିଦ ନାଏବ ସୁବେଦାର ନନ୍ଦୁରାମଙ୍କ ଏକାଦଶ କ୍ରିୟା ସମ୍ପନ୍ନ

Spread the love

ବାରିପଦା, ୦୯/୦୭/୨୦ (ସନ୍ଧାନ ନିଉଜ) : ଭାରତ ଚୀନ ସୀମାନ୍ତ ଗଲଓ୍ଵାନ ଉପତ୍ୟକାରେ ସଂଘର୍ଷରେ ବଳିଦାନ ଦେଇଥିବା ବଡଚମ୍ପାଉଦା ଗ୍ରାମ ନୂଆ ସାହିର ନାଏବ ସୁବେଦାର ନନ୍ଦୁରାମ ସୋରେନଙ୍କ ରବିବାର ତାଙ୍କ ପୈତୃକ ଗ୍ରାମ ବଡଚମ୍ପାଉଦା ଗ୍ରାମରେ ପାରମ୍ପରିକ ରୀତିନୀତିରେ ଏକାଦଶାହ କ୍ରିୟା ସମ୍ପନ୍ନ ହୋଇଛି । ସମାଜର ବିଭିନ୍ନ ବର୍ଗର ଲୋକ, ଜନପ୍ରତିନିଧି ଉପସ୍ଥିତ ହୋଇ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ । ଫୋଟ ପାଖରେ ଫୋଟ ପାଖରେ ସ୍ବର୍ଗତ ନନ୍ଦୁରାମଙ୍କ ଧର୍ମପତ୍ନୀ ଲକ୍ଷ୍ମୀମଣି ସୋରେନ ନିଜର ତିନିଝିଅ ଗଣେଶ୍ୱରୀ , ମାନସୀ ଓ ସୋନାଲିଙ୍କ ସହିତ ଘରକୁ ଆସୁଥିବା ଲୋକଙ୍କୁ ଧୈର୍ଯ୍ୟର ସହ ଭେଟିଥିଲେ । ସହିଦ ନାଏବ ସୁବେଦାର ନନ୍ଦୁରାମ ସୋରେନଙ୍କ ପରିବାରକୁ ତାଙ୍କ ମରଶରୀର ଆସିବା ଦିନ ସେନାବାହିନୀ ତରଫରୁ ଅନ୍ତେଷ୍ଟିକ୍ରିୟା ଓ ଶୁଦ୍ଧିକ୍ରିୟା ପାଇଁ ଅର୍ଥରାଶି ପ୍ରଦାନ କରାଯାଇଥିବା ବେଳେ , ଜୀବନ ବୀମା ନିଗମ , ରାଇରଙ୍ଗପୁର ଶାଖା ତରଫରୁ ତାଙ୍କ ପରିବାରକୁ ମୃତ୍ୟୁକାଳୀନ ବୀମା ରାଶି ଓ କ୍ଷତି ପୂରଣ ବାବଦକୁ ଟ ୩,୨୩,୦୦୦ ଟଙ୍କା ପ୍ରଦାନ କରାଯାଇଛି ।
ସେହିପରି ରାଜ୍ୟ ସରକାର ସହିଦଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ବାବଦକୁ ମୋଟ ୨୫ଲକ୍ଷ ଟଙ୍କା ଗତ ତା୨୫.୬.୨୦୨୦ ରିଖରେ ଶହୀଦ ନନ୍ଦୁରାମଙ୍କ ପରିବାରର ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀମଣି ସୋରେନ , ତିନିଝିଅ ଗଣେଶ୍ୱରୀ,ମନସା ଓ ସୋନାଲିଙ୍କୁ ମିଶାଇ ମୋଟ ଚାରିଜଣଙ୍କ ନାମରେ ଜମାଖାତାରେ ଟଙ୍କା.୬,୨୫,୦୦୦/- ଲେଖାଏଁ ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଆକାଉଣ୍ଟରେ ଜମା କରାଯାଇଛି ବୋଲି ବାମନଘାଟୀ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ସମାଜକୁ ସୂଚନା ଦେଇ କହିଛନ୍ତି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରାଇରଙ୍ଗପୁର ଶାଖା ତରଫରୁ ସହିଦଙ୍କ ପରିବାରକୁ ତାଙ୍କ ଜମାରାଶି ତଥା ସହାୟତା ବାବଦକୁ ମୋଟ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ତେଲେଙ୍ଗାନା ସରକାର ଘୋଷଣା କରିଥିବା ୧୦ ଲକ୍ଷ ଟଙ୍କା ସହାୟତା ରାଶି ନେଇ ସୂଚନା ପ୍ରଦାନ କରାଯାଇଥିଲେ ହେଁ ତାହା ମିଳି ନଥିବାର ଜଣାଯାଇଛି । ଏତଦବ୍ୟତୀତ ବିଜୁ ଜନତା ଦଳ ତରଫରୁ ସହିଦଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ବିଜେପି ରାଜ୍ୟ ନେତୃମଣ୍ଡଳୀ ତଥା ବିଭିନ୍ନ ସଙ୍ଗଠନ ତରଫରୁ ଶହୀଦଙ୍କ ପରିବାରକୁ ଆର୍ଥିକ ସହାୟତା କରାଯାଇଥିବାର ଜଣାଯାଇଛି । ଆଦିବାସୀ ପରମ୍ପରା ଅନୁସାରେ କୁସୁମୀ ବ୍ଲକର କୁମୁଡାଶୋଳ ମିଳନସ୍ଥଳୀରେ ଦାମୋଦର ଘାଟରେ ଅସ୍ଥି ବିସର୍ଜନ କରାଯିବ ବୋଲି ଜଣାଯାଇଛି ।

Related Posts

About The Author

Add Comment