ସରକାରୀ ଜମିରେ ଦୋକାନ ଘର ପ୍ରତିବାଦରେ ମହିଳା ମାନେ ଥାନା ଘେରାଉ କଲେ

Spread the love

କୋରେଇ, ୯/୫ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଳଗଡ ପଂଚାୟତର ତଳଗଡ ଅଜଗପୁର ଗ୍ରାମର ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମାନେ ନ୍ୟାୟ ପାଇ କୋରାଇ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଉକ୍ତ ଗ୍ରମାର ମାଳି ମଳିକ, ଶଶି ମଳିକ ଓ ସିଲୁ ମଳିକ ସରକାରୀ ଯାଗାରେ ବେଆଇନ ଦୋକାନ ଘର ନିର୍ମାଣ କରୁଛନ୍ତି । ଯାହାଦ୍ୱାରା ଗ୍ରାମକୁ ଯାତାୟତରେ ବାଧା ଉପୁଜିଛି । ଏନେଇ ସ୍ୱଂୟ ସହାୟକ ଗୋଷ୍ଠୀ ପ୍ରତିବାଦ କରିବାରୁ ସେମାନେ ନାନା ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଆଇନକୁ ମାନିବାକୁ ପ୍ରସ୍ତୁଚ ନୁହନ୍ତି । ଏହାର ପ୍ରତିବାଦରେ ଜୟ ଜଗନ୍ନାଥ ଓ ଜୟ ହନୁମାନ ସ୍ୱଂୟ ସହାୟକ ଗୋଷ୍ଠୀର ଭାରତୀ ମଳିକ, ଝରଣା ମଳିକ, ସବିତା ମଳିକ ଓ ସୁଲୋଚନା ମଳିକଙ୍କ ନେତୃତ୍ୱରେ କୋରାଇ ଥାନାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି

 

Report- J Tripathy

Related Posts

About The Author

Add Comment