ସମ୍ବଲପୁର: ଦଳେଇପଡା ଘାଟରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ୩ ଜଣ

Spread the love

ସମ୍ବଲପୁର, ୦୪/୧୦ (ସନ୍ଧାନ ନିଉଜ/ହେମନ୍ତ ଭଇଂଶା): ସମ୍ବଲପୁର ଦଳେଇପଡା ଘାଟରେ ଅଭାବନୀୟ ଘଟଣା । ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ୩ ଜଣ । ସୂଚନା ଅନୂସାରେ ଦଳେଇପଡା ଘାଟରେ ବାପା, ପୁଅ ଓ ଝିଅ ଗାଧୋଇବା ସମୟରେ ୩ ଜଣ ନଇରେ ଭାସିଯାଇଥିଲେ ।  ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଓଡ୍ରାଫ୍ ଟିମ୍ ଓ ଦମକଳ ବାହିନୀଙ୍କୁ ଖବର ଦେବା ପରେ ୩ ଜଣଙ୍କୁ ଖୋଜାଖୋଜି ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ବାପା ଓ ଝିଅ ନିଖୋଜ ରହିଥିବା ବେଳେଗୁରୁତର ଅବସ୍ଥାରେ ନାବାଳକ ପୁଅକୁ ଉଦ୍ଧାର କରାଯାଇଛି । ଅଚେତ ଅବସ୍ଥାରେ ପୁଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦେଶୀ ଡଙ୍ଗା ମାଧ୍ୟମରେ ପୁଅକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ବାପା ଓ ଝିଅଙ୍କ ସନ୍ଧାନ ମିଳିପାରିନି । ଏବେବି ଜାରି ରହିଛି ଉଦ୍ଧାର ପ୍ରକ୍ରିୟା ।

Related Posts

About The Author

Add Comment