ସମାଧାନ ପାଇଁ ଅଧିକାରୀଙ୍କ ପ୍ରତିଶ୍ରୁତି

Spread the love

ବାଦାମପାହାଡ଼, ୧୯/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜ ଜିଲ୍ଲାବାଦାମପାହାଡ଼ ଲୌହଖଣିରେ ଶତାଧିକ ଶ୍ରମିକ ପ୍ରାୟ ୨୦ ବର୍ଷ ଧରି ୱାଗନ୍ ଲୋଡଃ କାମ କରୁଥିଲେ। କିନ୍ତୁଲୌହଖଣି ଲିଜଧାରୀ ଘନଶ୍ୟାମ ମିଶ୍ର ଆଇରନ୍ ଆଣ୍ଡ ଷ୍ଟିଲ୍‌ କମ୍ପାନି ଲିମିଟେଡ଼ ଗତ ନଭେମ୍ବର ମାସ ୨୭ ତାରିଖଠାରୁ ମେସିନ୍ ଦ୍ଵାରା ୱାଗନ୍ ଲୋଡି କାମ କରିବା ସହ ଶ୍ରମିକଙ୍କୁଛଟେଇ କରିଦେଇଥିଲେ। ଶତାଧିକଶ୍ରମିକ ଜୀବିକା ହରାଇବା ଯୋଗୁଁ ପରିବାର ଚଳାଇବାରେଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେତେ ଯାହା କହିଲେ ବି ଖଣି  କର୍ତ୍ତୃପକ୍ଷ କିଛି ଶୁଣୁନାହାନ୍ତି । ଫଳରେଶ୍ରମିକ ଅଶାନ୍ତି ଦେଖାଦଇଛି। ସେମାନେ ୱାଗନ୍ ଲୋସିଂ ପାଇଁପୁନଃନିଯୁକ୍ତି ଦାବି କରି ଶତାଧିକ ଶ୍ରମିକ ଖଣି ସମ୍ମୁଖରେ ଧାରଣା ଦେଇଛନ୍ତି। ଯାହା ତୃତୀୟ ଦିନରେ ପହଂଚିଛି। ଆଜି ଧାରଣା ସ୍ଥଳରେକୁସୁମୀ ତହସିଲଦାର ଶ୍ରୀ ମହେନ୍ଦ୍ର କୁମାର ବେହେରା, ବିଡିଓ ଶ୍ରୀ ଲକ୍ଷ୍ମଣ ଚରଣ ସୋରେନ ଏବଂ ବାଦାମପାହାଡ଼ ଥାନା ଆଇଆଇସି ବିଜୟ କୁମାର ମୁର୍ମୁ ପହଞ୍ଚି ଶ୍ରମିକମାନଙ୍କଆଲୋଚନା କରିଛନ୍ତି। ସେମାନେ ସରକାରଙ୍କ ଶ୍ରମ ବିଭାଗଓ ଖଣି ବିଭାଗ ଅଧିକାରୀ ତଥା ଖଣି ମାଲିକଙ୍କୁ ଡକାଇ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲିପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Related Posts

About The Author

Add Comment