ସମାଜସେବୀ ବାଂଛାନିଧି ଗୌଡ଼ଙ୍କୁ ଶ୍ରଦ୍ଧାଜଂଳି

Spread the love

ରାଉରକେଲା ୧୮/୧/୨୦୨୦ (ସନ୍ଧାନ ନିଉଜ): ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳ ଲେବର କଲୋନୀ ଅଂଚଳରେ ରହୁଥିବା ବରିଷ୍ଠ ନାଗରିକ ତଥା ସମାଜସେବୀ, ପରୋପକାରୀ ଓ ବଦ୍ୟାନ ପୁରୁଷ ସ୍ୱର୍ଗତଃ ବାଂଛାନିଧି ଗୌଡ଼ଙ୍କୁ ଦ୍ୱାଦଶ ତିଥିରେ ଅଶ୍ରୁଳ ଶ୍ରଦ୍ଧାଜଂଳି ଅର୍ପଣ କରାଯାଇଛି । ସାରନଗରୀ ଶ୍ରୀ ଜଗନ୍ନାଥ ମନ୍ଦିରରେଏକ ଶୋକାକୁଳ ପରିବେଶରେ ତାଙ୍କୁ ବହୁ ବିଶିଷ୍ଟ ଲୋକ ଶ୍ରଦ୍ଧାଜଂଳି ଅର୍ପଣ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ସେ ସ୍ଥାନୀୟ ଅଂଚଳର ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ।  ଚଳିତ ମାସ ୭ ତାରିଖରେ ସେ ଅସୁସ୍ଥତା କାରଣରୁ ଇହଲୋକ ତ୍ୟାଗ କରିଥିଲେ । ୮ ତାରିଖରେ ବେଦବ୍ୟାସ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ ହୋଇଥିଲା ।  ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଲହରୀ ଖେଳି ଯାଇଛି । ତାଙ୍କ ପୁତୁରା ହିମାଂଶୁ ଗୌଡ଼  ଦୈନିକ  ଖବରକାଗଜ ପ୍ରମେୟ ରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଅଛନ୍ତି ।

Related Posts

About The Author

Add Comment