ସମଲିଙ୍ଗୀ ପ୍ରେମିକା ସହ ଏକାଠି ରହିବା ପାଇଁ ସ୍ୱାମୀକୁ ଛାଡ଼ି ନିଖୋଜ ହୋଇ ଯାଇଥିଲେ ନବବିବାହିତା ମହିଳା

Spread the love

ଜୟପୁର, ୨୫/ ୬ (ସନ୍ଧାନ ନିୟୁଜ) : ବିବାହ ପରେ ନିଖୋଜ ହୋଇ ଯାଇଥିବା ଜନୈକା ନବବିବାହିତା ମହିଳାଙ୍କୁ ଅବଶେଷରେ ରାଜସ୍ଥାନ ପୁଲିସ୍‌ ଖୋଜି ବାହାର କରିବାରେ ସମର୍ଥ ହୋଇଛି। ତେବେ, ନବବିବାହିତା ମହିଳା ଜଣକ ତାଙ୍କ ସମଲିଙ୍ଗୀ ପ୍ରେମିକା ସହ ଏକାଠି ରହିବା ଉଦ୍ଦେଶ୍ୟରେ ସ୍ୱାମୀକୁ ଛାଡ଼ି ନିଖୋଜ ହୋଇ ଯାଇଥିଲେ। ତେବେ, ସେ ତାଙ୍କ ପ୍ରେମିକା ସହ ହରିୟାଣାର ମାନେସର ଠାରେ ଏକାଠି ଅବସ୍ଥାନ କରୁଥିବା କାଳରେ ହରିୟାଣା ପୁଲିସ୍‌ ସେମାନଙ୍କୁ ଖୋଜି ବାହାର କରିବାରେ ସମର୍ଥ ହୋଇଥିଲେ। ନିଖୋଜ ଥିବା ମହିଳା ଜଣକ ଜଣେ ଜାତୀୟ ସ୍ତରର କ୍ରିଡ଼ାବିତ୍‌ ଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ରାଜସ୍ଥାନର ଏହି ମହିଳା ଜଣକ ଉତ୍ତରପ୍ରଦେଶ ଶାହାଜାହାନପୁରର ଜନୈକ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟେ ରାଜସ୍ଥାନରେ ଅବସ୍ଥାନ କରୁଥିବା ବେଳେ ଗତ ଜୁନ୍‌ ୧ ତାରିଖ ଦିନ ମହିଳା ଜଣକ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିଲେ। ପରେ ନିଖୋଜ ମହିଳାଙ୍କ ସ୍ୱାମୀ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଶେଷରେ ନବବିବାହିତା ମହିଳା ଜଣକ ତାଙ୍କ ସମଲିଙ୍ଗୀ ପ୍ରେମିକା ସହ ହରିୟାଣାର ମାନେସର ଠାରେ ଏକାଠି ଅବସ୍ଥାନ କରୁଥିବା କାଳରେ ହରିୟାଣା ପୁଲିସ୍‌ ଗତକାଲି ସେମାନଙ୍କୁ ଖୋଜି ବାହାର କରିବାରେ ସମର୍ଥ ହୋଇଥିଲା।

Related Posts

About The Author

Add Comment