ବାଲେଶ୍ୱର ୧୬/୪ (ସନ୍ଧାନ ନିୟୁଜ) ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଗତ କାଲି ଓଡିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ସବ-ସୋନିକ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ କରିଛି। ଲକ୍ଷ୍ୟଭେଦ କ୍ଷମତା ପରୀକ୍ଷଣ କରିବା ପାଇଁ କମ ଉଚ୍ଚତାରୁ ଷଷ୍ଠ ଥର ପାଇଁ ଏହାର ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଥମେ ଉପରକୁ ଉଠିବା ପରେ ସମାନ୍ତରାଳ ପଥ ଦେଇ ନିର୍ଦ୍ଧିଷ୍ଟ ଦିଗରେ ଗତି କରି ଲକ୍ଷ୍ୟଭେଦ କରିଥିଲା। ଏହି କ୍ଷେପଣାସ୍ତ୍ର ସମୁଦ୍ର ପଥ ଦେଇ ଖୁବ କମ ଉଚ୍ଚତାରେ ଲକ୍ଷ୍ୟଭେଦ କରିବାକୁ ସମର୍ଥ ବୋଲି ଏହି ପରୀକ୍ଷାରୁ ପ୍ରମାଣିତ ହୋଇଥିଲା। ଏହି ସମଗ୍ର ପରୀକ୍ଷଣକୁ ସମୁଦ୍ର ତଟରେ ଲଗାଯାଇଥିବା ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ, ରାଡାର ଓ ଗ୍ରାଉଣ୍ଡ ଟେଲିମେଟ୍ରି ସିଷ୍ଟମ ଦ୍ୱାରା ଟ୍ରାକ କରାଯାଇଥିଲା। ପରୀକ୍ଷଣର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଛି।
ସବ-ସୋନିକ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ନିର୍ଭୟର ସଫଳ ପରୀକ୍ଷଣ
|
April 16, 2019 |



