ସବଡେଗା ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତିରାଜ ଦିବସ ପାଳିତ

Spread the love

 

ସୁନ୍ଦରଗଡ ତା:୨୪/୪/୨୦୨୫(ସନ୍ଧାନ ନ୍ୟୁଜ) ରାଜୁ ପଟେଲ) ଓଡ଼ିଶା ପଞ୍ଚାୟତିରାଜବିଭାଗ ଓ ପାନୀୟଜଳ ବିଭାଗ ପକ୍ଷରୁ ସବଡେଗା ବ୍ଲକ ପରିସରରେ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବ୍ଲକ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଯୋଗଦେଇ ପ୍ରାରମ୍ଭିକ ଭାବେ ଉତଘାଟନ କରିଥିଲେ ।ଏହି ଅବସରରେ ସ୍ଥାନୀୟ ବିଡ଼ିଓ ବିଶ୍ଵନାଥ ସାହୁ, ତହସିଲଦାର ମାନସୀ ନାଏକ,ସାଂସଦ ପ୍ରତିନିଧି ପ୍ରଶାନ୍ତ ସେଠ,ବ୍ଲକ ସିଡିପିଓ ସନ୍ଧ୍ୟାରାଣୀ ନାୟକ,ବ୍ଲକ ନିର୍ବାହୀ ଅଧିକାରୀ ବିନୟ ଦାସ , ଗୁଲଶନ ବାରୁଆ ,ସ୍ଥାନୀୟ ସରପଞ୍ଚ ଗଣେଶ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଭାଗର ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସବଡେଗା ବ୍ଲକର ବିଭିନ୍ନ ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଆଶାକର୍ମୀ,ଅଙ୍ଗନବାଡ଼ି କର୍ମୀ ଓ ଅଞ୍ଚଳ ର ଅନେକ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଲୋକାଭିମୁଖି ଜାତୀୟ ପଞ୍ଚାୟତିରାଜ ଯୋଜନା ର ସମୀକ୍ଷା କରିବା ସହ ତାହା କିପରି ଭାବରେ ଲୋକଙ୍କ ପାଖକୁ ପହଞ୍ଚି ପାରିବ ସେ ବିଷୟରେ ଆଲୋକପାତ କରାଯାଇଥିଲା ।

Related Posts

About The Author

Add Comment