ସୁନ୍ଦରଗଡ ତା:୧/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ସବଡେଗାରେ ବିଜେପି ଦଳ ପକ୍ଷରୁ ଡିଗ୍ରୀ କକେଜରେ ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମ ଦିବସ ଉପଲକ୍ଷେ ଏକ ଜାତୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କରମଡିହିର ମଣ୍ଡଳ ସଭାପତି
ତପସିଲ ପ୍ରଧାନଙ୍କ ସଭାପତିତ୍ୱରେ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଏଥିରେ ତଲସରା ବିଧାୟକ ଭବାନୀ ସଙ୍କର ଭୋଇ ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ ଜରିଥିଲେ । ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସି ରକ୍ତ ଦାନକରିଥିଲେ । ଏହି କାର୍ଯ୍ୟକ୍ରମରେ ୩୭ୟନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବୀରରେ ସମ୍ମାନୀୟ ଅତିଥିରୁପେ କଲେଜର ଅଧ୍ୟାପିକା ସଂଘମିତ୍ରା ସାହୁ ଯୋଗଦେଇ ସହଯୋଗର ହାତ ବଢ଼ାଇ ଥିଲେ । ଏହିକ୍ରମରେ ଅନ୍ୟ ଅତିଥି ଓ ସହଯୋଗୀ ରୂପେ ଗୁଳସନ କୁମାର ବାରୁଆ,ପ୍ରଶାନ୍ତ ସେଠ,ରବି ପଟେଲ, ପ୍ରଶାନ୍ତ ପଟେଲ,ଭବାନୀ ସଙ୍କର ପଟେଲ ପ୍ରମୁଖ ଯୋଗଦେଇଥିଲେ ।
ସବଡେଗା ଡିଗ୍ରୀ କଲେଜରେ ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମ ଦିବସ ଉପଲକ୍ଷେ ବିଜେପି ତରଫରୁ ରକ୍ତଦାନ ଶିବୀର ଅନୁଷ୍ଠିତ
|
October 2, 2021 |


