ବାରିପଦା, ୨୩/୦୮/୨୦ (ସନ୍ଧାନ ନିଉଜ) : ଦେଶରେ ମହାମାରୀ ବ୍ୟାପିଥିବା ସମୟରେ ସବୁ କାର୍ଯ୍ୟାନୁଷ୍ଠାନ ବନ୍ଦ ପଡିଥିବାରୁ କେତେକ ଅସହାୟ ଲୋକଙ୍କ ଆୟ ବନ୍ଦ ହୋଇ ଯାଇଛି । ତାକୁ ଆଖି ଆଗରେ ରଖି ବାରିପଦା କିଛି ଯୁବକ ତଥା ପ୍ରିତମ ଦାଶ, ଅବିନାଶ ଅଗରୱାଲ୍, ଲୋକନାଥ କୁଣ୍ଡୁ, ଅନିକେତ୍ ସାତୁଆ, ଶୁଭମ ଦିବେଦୀ ପ୍ରମୁଖ ଏହି ୪ଜଣ ଯୁବକ ନିଜସ୍ୱ ଅର୍ଥରୁ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି, ଓ ଆଗକୁ ମଧ୍ୟ ଜାରୀ ରହିବ ବୋଲି ସେମାନେ ବକ୍ତବ୍ୟ ଦେଇଛନ୍ତି । ବାରିପଦା ତଥା ଷ୍ଟେସନ ବଜାର ଠାରୁ ଆରମ୍ଭ କରି ବାଲେଶ୍ୱର ଗୋଲେଇ, ଶୁନଗଡିଆ, ବାଘଡା ରୋଡ, ତକତପୁର, ଭଞ୍ଜପୁର, ମୁର୍ଗାବାଡି ପ୍ରମୁଖ ସ୍ଥାନରେ କିଛି ଅସହାୟ ବ୍ୟକ୍ତିଙ୍କୁ ସେମାନେ ଭାତ, ଡାଲି, ଘାଣ୍ଟ ଓ ଅଣ୍ଡାସିଝା ପ୍ରଦାନ କରିଥିଲେ ।
ସଟଡାଉନରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ
|
August 23, 2020 |