ଭଦ୍ରକ, ୨୩/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ଧାନ ପାଇଁ ସକାଳ ୯ଟାରୁ ଚାଲିଛି ରାସ୍ତାରୋକ ସ୍ଵୟଂ ସହାୟକ ଗୋଷ୍ଠୀ ବଦଳରେ ସେବା ସମବାୟ ସମିତିରେ ଧାନ ବିକ୍ରୟ ଅନୁମତି ଦାବିରେ ରାସ୍ତା ରୋକ କରିଛନ୍ତି ଚାଷୀ । ରାସ୍ତା ଉପରେ ଧାନ ବସ୍ତୁ ଓ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ । ଭଦ୍ରକ ଜିଲ୍ଲାର ଭଦ୍ରକ ଚାନ୍ଦବାଲି ଓ ଭଦ୍ରକ ବାସୁଦେବପୁର ରାସ୍ତାର ଇଚ୍ଛାପୁର ଛକ ନିକଟରେ ରାସ୍ତାରୋକ କରିଛନ୍ତି ଚାଷୀ । ରାସ୍ତାରେ ଧାନ ବସ୍ତା ରଖୁ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲା ବରହମପୁର ସେବା ସମବାୟ ସମିତି ଅଧୁନରେ ବରହମପୁର ଓ କେଦାରପୁର ପଞ୍ଚାୟତର ଚାଷୀ ମାନେ ପଞ୍ଜିକୃତ ହୋଇଛନ୍ତି । ବିଭିନ୍ନ ସୁବିଧା ଓ ସୁଯୋଗର ଲାଭ ଉଠାଇଥାନ୍ତି । କିନ୍ତୁ ଚଳିତବର୍ଷ ଚାଷୀମାନେ ସେବା ସମବାୟ ସମିତି ବଦଳରେ ବରହମପୁର ପଞ୍ଚାୟତ ପାଇଁ ନିତାଇଗୌର ସଂୟ ସହାୟିକା ଗୋଷ୍ଠୀ ଓ କେଦାରପୁର ପଞ୍ଚାୟତ ପାଇଁ ଓଁ ନମ ଶିବାୟ ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ବ ଦିଆଯାଇଛି। ତେବେ ଚାଷୀଙ୍କ ଅଭିଯୋଗ ଯେ ସଂୟ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କଲେ ଚାଷୀ ତାଙ୍କ ପ୍ରାପ୍ୟ ଠିକ ସମୟରେ ପାଇବେ ନାହିଁ । ସେଥ୍ୟପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତାକୁ ପ୍ରତ୍ୟାହାର କରି ପୁନଃ ସେବା ସମବାୟ ସମିତିକୁ ଧାନ ସଂଗ୍ରହ ଦାୟିତ୍ବ ଦେବା ପାଇଁ ଦାବି କରିଛନ୍ତି । ରାସ୍ତା ରୋକ ଜାରି ରହିବ ଓ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । ତେବେ ପ୍ରଶାସନିକ ଅଧୁକାରୀ ମାନେ ପହଞ୍ଚି ବୁଝାଇବା ପରେ ମଧ୍ୟ ଆଲୋଚନା ସଫଳ ହୋଇ ନାହିଁ । ଫଳରେ ଏବେ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି ।
ସକାଳୁ ସନ୍ଧ୍ୟା ହେଲା ଚାଲିଛି ରାସ୍ତାରୋକ
|
December 23, 2020 |