ଧର୍ମଶାଳା, ୨୨/୧୧ (ସନ୍ଧାନ ନିଉଜ) : ମତ୍ସ୍ୟ ଜୀବୀଙ୍କ ଜୀବନ ଓ ଜୀବିକା ଏବେ ସଂକଟରେ । ଦୀର୍ଘ ଦିନରୁ ମତ୍ସ୍ୟ ଜୀବୀ ପରିବାର ସମୁଦ୍ର, ନଦୀ ପୋଖରୀ ଆଦିରୁ ଜାଲ ପକାଇ ମାଛ ଧରି ବଜାରରେ ବିକ୍ରୟ କରି ପରିବାର ପ୍ରତିପୋଷଣ କରିଥାନ୍ତି । ବର୍ତମାନ ବିଭିନ୍ନ ନଦୀ ଏବେ ପ୍ରାୟ ମୃତ ଅବସ୍ଥାରେ ପଡିରହିଥିବାରୁ ଯାଜପୁର ଜିଲ୍ଲାରେ ବସବାସ କରୁଥିବା ମତ୍ସ୍ୟ ଜୀବୀ ମାଛ ଧରିବାରୁ ବଂଚିତ ହେଉଛନ୍ତି । ଯାଜପୁର ନିକଟବର୍ତୀ ଅଂଚଳରେ ସମୁଦ୍ର ନଥିବାରୁ ସମୁଦ୍ରରୁ ମାଛ ଧରିବା ମତ୍ସ୍ୟ ଜୀବୀଙ୍କ ପାଇଁ ସମ୍ଭବପର ହେଉନାହିଁ । ସେହିପରି ପୋଖରୀ ଓ ଗାଡିଆରୁ ମାଛ ଧରି ସେମାନେ ବିକ୍ରୟ କରିଥାନ୍ତି । ଏହା ତାଙ୍କପାଇଁ ସମ୍ଭବ ହେଉନାହିଁ । ବଜାରରେ ଏହାର ଅଭାବିକୁ ଲକ୍ଷ୍ୟକରି ରାଜ୍ୟ ସରକାର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଟନ ଟନ ମାଛ ଆମଦାନୀ କରୁଛନ୍ତି । ଯାହାଦ୍ୱାରା ସ୍ଥାନୀୟ ମତ୍ସ୍ୟ ଜୀବୀମାନେ ଏହା ଦ୍ୱାରା ବହୁ ପରିମାଣରେ ବଂଚିତ ହେଉଛନ୍ତି । ସରକାରୀ ସ୍ତରରେ ପୋଖରୀ ଖୋଳାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ହେଲେ ତାହା ବଡ ପ୍ରକଳ୍ପ କରାଯାଇ କେବଳ ୫୦ ହଜାର ଟଙ୍କା ବିନିମୟରେ ପୋଖରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ତାହା ପୁଣି କେତେକାଂଶରେ ଖୋଳା ନ ଯାଇ ଚଚଂକତା ପୂର୍ବକ ବିଲ୍ ନେଇଥିବା ଅଭିଯୋଗ ହୋଇଛି । ଏହିଭଳି ଉଦେ୍ଦଶ୍ୟ ପ୍ରଣୋଦିତ ଭାବରେ ପୋଖରୀ ଖୋଳା ଯାଉଥିବାରୁ ଏହି ଯୋଜନା ମତ୍ସ୍ୟ ଜୀବୀଙ୍କ ପାଇଁ ଲାଭଦାୟକ ହେଉନାହିଁ । ଯାହାଦ୍ୱାରା ମତ୍ସ୍ୟ ଜୀବୀମାନେ ତାଙ୍କ ଜୀବିକାରୁ ବଂଚିତ ହେଉଛନ୍ତି । ଫଳରେ ସେମାନେ ତାଙ୍କ ପରିବାର ପ୍ରତିପୋଷଣ କରିବାରେ ଅକ୍ଷମ ହେଉଛନ୍ତି । ଏହି ସମ୍ପ୍ରଦାୟର ଲୋକମାନେ ଗରିବ ଶ୍ରେଣୀର ହୋଇଥିବାରୁ ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପରମାନନ୍ଦ ମହାନ୍ତି ମତ୍ସ୍ୟ ଜୀବୀଙ୍କ ପାଇଁ ସମବାୟ ସମିତି ଗଠନ କରି ତାଙ୍କ ଭତା ଟଙ୍କାରୁ ସେମାନଙ୍କୁ ପ୍ରଦାନ କରୁଥିଲେ । ଏପରିକି ତାଙ୍କ ଜୀବନ ଜୀବିକାକୁ ସୁରକ୍ଷିତ କରିବା ପାଇଁ ସେ ଅନେକ ସ୍ଥାନରେ ଆନେ୍ଦାଳନ କରିଥିବା ମତ୍ସ୍ୟ ଜୀବୀ କହନ୍ତି । ଏହା ୧୯୬୦/୬୨ ମସିହା ସମୟର ଘଟଣା ହୋଇଥିଲା ବେଳେ ଆଜକୁ ୫୭ ବର୍ଷ ବିତି ଯାଇତôଲା ବେଳେ ସରକାରୀ ସ୍ତରରେ ଏଥିପ୍ରତି ଗୁରୁତ୍ୱ ନଦେବା ସେମାନଙ୍କୁ ବିସ୍ମିତ କରିଛି ।
ବର୍ତମାନ ମାଛର ଦର ଆକାଶ ଛୁଆଁ ହୋଇଥିବା ବେଳେ ଯଦି ମତ୍ସ୍ୟ ଜୀବୀଙ୍କୁ ପ୍ରୋତ୍ସାହନ ଭିତିରେ ସୁଯୋଗ ଦିଆଯାଉଥାନ୍ତା ତେବେ ସେମାନେ ମାଛ ଧରି ବଜାରରେ ବିକ୍ରୟ କରି ପରିବାର ଗୁଜୁରାଣ ମେଂଟାଉଥାନ୍ତେ । ହେଲେ ସରକାରୀ ସ୍ତରରେ ମତ୍ସ୍ୟ ଜୀବୀଙ୍କ ପାଇଁ କୈାଣସି ଯୋଜନା ହାତକୁ ନିଆଯାଉନାହିଁ । ମତ୍ସ୍ୟ ଜୀବୀମାନେ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ବାସ କରୁଥିବା ବେଳେ ସେଥି ମଧ୍ୟରୁ ଅନେକ ମତ୍ସ୍ୟ ଜୀବୀ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦୀର୍ଘଦିନ ହେବ ବସବାସ କରୁଛନ୍ତି । ସେହି ସ୍ଥାନ ଗୁଡିକ ହେଲା ପନ୍ତୁରି, ଅଂଟିଆ, କମାଗଡ, ମିର୍ଜାପୁର, ପାଟପୁର, ଛେଳିଆପଦା, ବନମାଳିପୁର, ସାଉଡିଆ, ରମାପୁର, ସାଲେପୁର, ବଜ୍ରଗିରି, କାଏମା, ଜୋକଡିଆ, ବଡଚଣାବାରି ଆଦି ସ୍ଥାନରେ ଦୀର୍ଘଦିନ ହେଲା ରହୁଛନ୍ତି । ବର୍ତମାନ ସରକାରୀ ସ୍ତରରେ ସେମାନଙ୍କୁ ସହାୟତା ମିଳୁନଥିବାର ଆର୍ଥିକ ଅନାଟନ ସତ୍ୱେ ଗାଁ ଗଣ୍ଡାରେ ଥିବା ଗଡିଆ, ପୋଖରୀ ଓ ନଦୀର କାଁ ଭାଁ ସ୍ଥାନରେ ଥିବା ପାଣିରୁ ମାଛ ଧରିବା ପାଇଁ ଜାଲ କିଣିବାକୁ ପଡୁଛି ।ଜାଲର ମୂଲ୍ୟ ଅଧିକ ହୋଇଥିବାରୁ ଅନେକ ମତ୍ସ୍ୟ ଜୀବୀ ଜାଳ କିଣିପାରୁ ନାହାନ୍ତି । ଯାହାଦ୍ୱାରା ସେମାନେ ଏହି ସବୁ ସ୍ଥାନରୁ ମାଛ ଧରିବାରୁ ବଂଚିତ ହେଉଛନ୍ତି ।ଯାହାଦ୍ୱାରା ତାଙ୍କ ପରିବାର ଉପବାସରେ ରହୁଥିବା ସେମାନେ କହନ୍ତି । ଏହି ଅବସ୍ଥା ଲାଗି ରହିଥିବାରୁ ଅନେକ ମତ୍ସ୍ୟ ଜୀବୀ ତାଙ୍କ କୈାଳିକ ବୃତି ଛାଡି ଅନ୍ୟତ୍ର ଦାଦନ ଖଟୁଥିବା ଦେଖିବାକୁ ମିଳୁଛି । ଯଦି ସରକାରଙ୍କ ପକ୍ଷରୁ ମତ୍ସ୍ୟ ଜୀବୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାନ୍ତା ତେବେ ସେମାନେ ତାଙ୍କ କୈାଳିକ ବୃତିକୁ ନେଇ କାର୍ଯ୍ୟ କରନ୍ତେ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । ସେହିପରି ବ୍ରାହ୍ମଣୀ ନଦୀକୁ ଚିରସ୍ରୋତା କରିବା ସହିତ ବିଭିନ୍ନ ସ୍ଥାନରେ ବଡ ବଡ ପୋଖରୀ ଖନନ କରାଗଲେ ମତ୍ସ୍ୟ ଜୀବୀଙ୍କ ଜୀବନ ଜୀବିକାରେ ପରିବର୍ତନ ଆସିପାରିବ । ନଚେତ୍ ଅନ୍ୟ ସଂପ୍ରଦାୟ ଭଳି ମତ୍ସ୍ୟ ଜୀବୀ ସେମାନଙ୍କ କୈାଳିକ ବୃତି ହରାଇବେ ଏଥିରେ ସନେ୍ଦହ ନାହିଁ ।



