ବାରିପଦା, ୨୧.୦୧.୨୦୨୧ (ସନ୍ଧାନ ନିଉଜ୍):- ଉଭିଦ ପରିଚୟ:- ଷ୍ଟିଭିଆ ଗଛଟି ଅତି ବଡ଼ରେ ୪୫ ରୁ ୬୦ସେ.ମି. ଉଚ୍ଚତାରେ ରହେ ପତ୍ରସବୁ ସରୁ। । ସରୁ ଓ ୨ ରୁ ୩ ସେ.ମି. ଲମ୍ବା ଗଛରେ ଫୁଲ ଆସିବା ପୂର୍ବରୁ ପତ୍ରରେ ଯଥେଷ୍ଟ ମିଠା ଥାଏ। ଫୁଲ ଫୁଟିଗଲା ପରେ ମିଠାଅଂଶ କମିଯାଏ। ଏ ଗଛ ପ୍ରାୟ ପାଞ୍ଚବର୍ଷ ବଞ୍ଚେ।
ଜଳବାୟୁ:- ଉଷ୍ମ ଆଦ୍ମ ଜଳବାୟୁରେ ଷ୍ଟିଭିଆ ଚାଷ ଭଲ ହୁଏ । ଯେଉଁ ଯାଗାରେ ୧୦ ରୁ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଉତ୍ତାପ ରହେ, ସେ ଯାଗାରେ ଷ୍ଟିଭିଆ ଚାଷ ଭଲ ହେବ। ସମୁଦ୍ର ପତ୍ତନ ଠାରୁ ୧୦୦୦ ମିଟର ପର୍ଯ୍ୟନ୍ତ ଚାଷ ଭଲ ଭାବ ରେ ହୋଇପାରିବ। ମୋଟାମୋଟି ଭାବରେ ଯେଉଁ ଯାଗାରେ କଦଳୀ ଚାଷ ଭଲ ହୁଏ ସେଠାରେ ଷ୍ଟିଭିଆ ଚାଷ ଭଲ ହେବ ।
ମୃତ୍ତିକା:- ଲାଲ ଓ ବାଲିଆ-ଦୋରସା ମୃତ୍ତିକା ସବୁଠାରୁ ଭଲ। ତେବେ ଅଧିକାଂଶ କିସମରେ ଏହାର ଚାଷ ହୋଇପାରିବ କିନ୍ତୁ ଚିକିଟା, କ୍ଷାରୀ, ଲୁଣି ଓ ପାଣି ଜମୁଥିବା ଯାଗାରେ ଏ ଚାଷ ମୂଳରୁ ଭଲ ହୁଏ। ନାହିଁ। ମାଟିର ପି.ଏଚ ୬.୫ ରୁ ୭.୫ ରେ ଭଲ ହୁଏ।
ବଂଶ ବିସ୍ତାର:- ଯେହେତୁ ମଞ୍ଜିରୁ ଗଜା ବହୁତ କମ୍ ହୁଏ, ଅଡକ୍ସ ଉପାୟରେ ଏହାର ବଂଶ ବିସ୍ତାର ହୁଏ। କିନ୍ତୁ ଟିସୁକଲଚରର ଚାରା ସବୁଠାରୁ ଉକୃଷ୍ଟ। ଭଲ କିସମ ଭିତରେ ଏସ୍. ଆର.ବି.- ୧୨୩, ଏସ୍.ଆର.ବି.-୫୧୨, ଏସ୍.ଆର.ବି.- ୧୨୮ ପ୍ରଧାନ।
ଜମି ପ୍ରସ୍ତୁତି ଓ ଚାରା ରୋପଣ:- ଷ୍ଟିଭିଆ ଚାଷ ପାଇଁ ଜମି ଭଲ ଭାବରେ ୩-୪ ଓଡ଼ ଚାଷ ପରି ମାଟିକୁ ଗୁଣ୍ଡ କରାଯାଏ। ସାଧାରଣତଃ ପଟାଳୀରେ ଚାରା ରୋପଣ କରାଯାଏ। ସେ ଥ ପାଇଁ ୬୦ ସେ.ମି. ର ଚ ଉଡ଼ ରେ । ୧୦ ସେ.ମି. ଉଚ୍ଚତାର ପଟାଳୀ କରାଯାଏ । ୬୦ ସେ.ମି. ରଖୁବାର କାରଣ ପତ୍ର ତୋଳିବା ସହଜ ହୁଏ। ଦୁଇଟି ପଟାଳି ମଧ୍ୟରେ ୪୦ ସେ.ମି. ଛଡ଼ାଯାଏ। ଏକର ପିଛା ୧୦ ଟନ୍ ଭଲ କଷ୍ଟ ପଟାଳୀରେ ମିଶାଇ ଦିଆଯାଏ। ଚାରା, ବର୍ଷର ଟାଣ ଖରାଯଦିନ (ମେ-ଜୁନ୍) ଛାଡ଼ି ସବୁ ସମୟରେ ଲଗାଯାଇପାରେ। ପଟାଳୀରେ ୫୫ସେ.ମି. ବ୍ୟବଧାନରେ ଗଛକୁ ୨୫ସେ.ମି. ବ୍ୟବଧାନରେ ଲଗାଯାଏ। ଏକର ପିଛା ପ୍ରାୟ ୩୦୦୦୦ ଗଛି ଦରକାର ହୁଏ।
ଖତସାର:- ଯେହେତୁ ଷ୍ଟିଭିଆର ପତ୍ର ଆମ ଦରକାର, ସେହି ଅନୁପାତରେ ସାର ମଧ୍ୟ ଆମକୁ ଦେବାକୁ ହେବ। ଏକର ପିଛା ୧୧୦ କି.ଗ୍ରା. ଯବକ୍ଷାରଜାନ, ୪୫କି.ଗ୍ରା. ଫସଫରସ ଓ ୪୫କି.ଗ୍ରା. ପଟାସ ମୂଳ ସାର ହିସାବରେ ଦରକାର। ସବୁଦାୟ ଫସଫରସ ସାରକୁ ମୂଳ ସାର ହିସାବରେ ୧୦ ଟନ୍ ଖତ ସହ ଦିଆଯାଏ। ଯବକ୍ଷାରଜାନ ଓ ପଟାସିୟମ୍ ସାରକୁ ଥର ଥର କରି ଦୁଇମାସ ଅନ୍ତରର ୩-୪ ଥର ରେ ଦିଆ ଯ।ଏ ।
ଜଳସେଚନ:- ଷ୍ଟିଭିଆ ନିୟମିତ ଜଳସେଚନ ଦରକାର କରେ। ସେଥିପାଇଁ ମାଇକ୍ରୋ-ସ୍ତି ଙ୍କଲରେ ଓ ତ୍ରିପ ଜଳସେଚନ ସବୁଠାରୁ ଭଲ। ତେବେ ବର ଦେଖି ଖରା ଓ ଶୀତଦିନେ ୨ -୩ ଦିନ ଅନ୍ତରରେ ହାଲୁକା ଜଳସେଚନ କରାଯାଏ।
ପରବର୍ତ୍ତୀ ଯତ୍ନ:- ଯେହେତୁ ଷ୍ଟିଭିଆ ସବୁ ଉଚ୍ଛା ପଟାଳୀରେ ଲଗାଯାଏ ହାତରେ ଘାସବଛା ଓ କୋଡ଼ାଖୁସା ଇତ୍ୟାଦି କରାଯାଏ । ଷ୍ଟି ଭିଆ ଗଛରେ ଫୁଲ ଆସିବାକୁ ଦିଆଯାଏନି। ଗଛର ଅଗମୁକୁଳକୁ ଭାଙ୍ଗି ଦେଲେ ଗଛ କେନା ଦେଇ ବଢ଼େ।
ଅମଳ:- ଗଛ ଲଗାଇବାର ୪-୫ମାସ ପରେ ପତ୍ର ତୋଳା ହୁଏ। ତାପରେ ପ୍ରତି ୩ମାସରେ ଥରେ ଲେଖାଏଁ ୩ବର୍ଷ ପର୍ଯ୍ୟନ୍ତ ପତ୍ର ତୋଳା କାମ ଚାଲୁ ରହେ। ଠିକ୍ ଫୁଲ ଫୁଟିବାର ପୂର୍ବାବସ୍ଥାରେ ପତ୍ର ସବୁଠାରୁ ମିଠା ଥାଏ। ପୁରା ଗଛ କୁ ନଣ୍ଡାକରି ପତ୍ର ତୋଳାଯାଏ ବା ମୂଳ ଓ ଡାଳକୁ ମୂଳରୁ ୧୦ ୧୫ ସେ.ମି. ଛାଡ଼ି କାଟି ଦିଆଯାଏ ।