ଷୋଡଶ ବିଧାନସଭାର ଦ୍ୱିତୀୟ ଦିନ: କୃଷି ଓ କୃଷକ ନିମିତ୍ତ ପ୍ରଶ୍ନ ବାଣରେ କୃଷିମନ୍ତ୍ରୀ ଅରୁଣ ଘାଇଲା, ରଖିପାରିଲେନି ଉତ୍ତର
ଷୋଡଶ ବିଧାନସଭାର ଦ୍ୱିତୀୟ ଦିନ: କୃଷି ଓ କୃଷକ ନିମିତ୍ତ ପ୍ରଶ୍ନ ବାଣରେ କୃଷିମନ୍ତ୍ରୀ ଅରୁଣ ଘାଇଲା, ରଖିପାରିଲେନି ଉତ୍ତର
Manas Kumar Rout |
June 26, 2019 |
ଭୁବନେଶ୍ୱର,୨୬/ ୬ (ସନ୍ଧାନ ନିୟୁଜ) ବିଧାନସଭାରେ କୃଷି ଓ କଅଷକ ପ୍ରସଙ୍ଗକୁ ନେଇ ଆଲୋଚନା ସରଗରମ ହୋଇଛି । ସଦସ୍ୟଙ୍କ କୃଷି ଓ କୃଷକଙ୍କ ଉପରେ ପ୍ରଶ୍ନ ନେଇ ସବିଶେଷ ଉତ୍ତର ତଥ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ତଥ୍ୟ ରଖିପାରିନାହାଁନ୍ତି । ୨୦୧୦ ଓ ୨୦୧୯ରେ ଚାଷ ଉପରେ କେତେଜଣ ନିର୍ଭର କରୁଛନ୍ତି ବୋଲି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ପ୍ରଶ୍ନ ରଖିଥିଲେ । କୃଷି ମନ୍ତ୍ରୀ ଅରୁଣ ସାହୁ ଏହାର ପ୍ରତିଉତ୍ତରରେ କହିଛନ୍ତି , ୨୦୧୧ ଜନଗଣନା ନେଇ ୫୭ଲକ୍ଷ କୃଷି ଉପରେ ନିର୍ଭର କରୁଛନ୍ତି ସେଥିରୁ ୩୨.୮୦ ଲକ୍ଷ କୃଷକ ଓ ୨୪.୨୦ ଲକ୍ଷ କୃଷି ଶ୍ରମିକ ଥିଲେ । କିନ୍ତୁ ୨୦୧୯ରେ କେତେଜଣ କୃଷି ଉପରେ ନିର୍ଭର କରିଛନ୍ତି ତାହା ସେ ତଥ୍ୟ ରଖିପାରି ନାହାଁନ୍ତି । ତେଣୁ ତଥ୍ୟ ନଥାଇ କାଳିଆ ଟଙ୍କା କିପରି ବଣ୍ଟା ହେଲା ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ଏହାପରେ ୨୦୦୧ରେ କେତେଜଣ ଚାଷ ଉପରେ ନିର୍ଭର କରୁଥିଲେ ବୋଲି ବିଜେଡ଼ି ବିଧାୟକ ଦେବ ମିଶ୍ର ପ୍ରଶ୍ନ କରିଛନ୍ତି । ଏହି ସମସ୍ତ ପ୍ରଶ୍ନର ଉତ୍ତର ନ ଦେଇ ପାରି କୃଷି ମନ୍ତ୍ରୀ ଗୃହରେ ହଟହଟା ହୋଇଛନ୍ତି ।
Related Posts
About The Author