ଭୁବନେଶ୍ୱର, ୨୬/୦୬ (ସନ୍ଧାନ ନିଉଜ)- ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ତିନିଥର କୃଷିକର୍ମଣ ପୁରସ୍କାରରେ ବି ପୁରସ୍କୃତ । ଏହାରି ଭିତରେ ମେଞ୍ଚାଏ ନୂତନତାର ସମ୍ଭାର ଓ କିଛି ନୂତନ ଚେତନାକୁ ସାଥୀ କରି ୨୦୧୮ ଏପ୍ରିଲ ୧ରେ ଜୀବନ୍ୟାସ ପାଇଥିଲା ଶ୍ୟାମଳ ସୁବର୍ଣ୍ଣ । ଆଜି ସଫଳତାର ସହ ଏହା ଦୁଇ ବର୍ଷ ଅତିକ୍ରମ କରିଛି । ଚାଷୀ ଓ ଚାଷର ମହାର୍ଘ୍ୟ ଅନୁଭୂତିକୁ ସାରା ଓଡ଼ିଶାରେ ବଖାଣିବାରେ ସଫଳ ହୋଇଛି । ଯୁବକୃଷି ବିଜ୍ଞାନୀମାନଙ୍କ ଦ୍ୱାରା ସମ୍ପାଦିତ ଏହି ପତ୍ରିକା ଏବେ ଚାଷୀକୁଳ ପାଖେ ବେଶ ଆଦରଣୀୟ । ବିଜ୍ଞାନର ଚକ୍ରବୃଦ୍ଧି ହାର ସହିତ କୃଷି ବ୍ୟବସ୍ଥାର ପରିପାଟୀ ବି ଏବେ ବଦଳିବାରେ ଲାଗିଲାଣି । କୃଷି ଓ କୃଷକର ବିକାଶ ଦିଗରେ ଏବେ ସରକାରଙ୍କ ତରଫରୁ ନୂଆନୂଆ ଯୋଜନା ବି ପ୍ରସ୍ତୁତ କରାଗଲାଣି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି କୃଷି ସଂପ୍ରସାରଣ ଶିକ୍ଷାକୁ ଅଧିକରୁ ଅଧିକ ଲୋକାଭିମୁଖୀ କରାଯାଇପାରୁନି । କୃଷି ସମ୍ପର୍କିତ ନାନାଦି ତଥ୍ୟ ଏବେ ସରକାରୀ ସ୍ତରରେ ସୀମିତ ହୋଇ ରହିଯାଉଛି । ତେବେ ଏହା ଯଦି ଗାଁ ମାନଙ୍କରେ ଲୋକଙ୍କ ନିକଟରେ ପହଁଚି ପାରନ୍ତା , ତାହେଲେ ହୁଏତ ସେମାନେ ଉପକୃତ ହୋଇପାରନ୍ତେ । କୃଷି ପତ୍ରିକା ନାଁଟି ଶୁଣିବାକୁ ଛୋଟ ଲାଗୁଥିଲେ ମଧ୍ୟ ଏହା ମଧ୍ୟରେ ଭରି ରହିଛି ଅନେକ ଗୁଢ଼ ଓ ବଳିଷ୍ଠ ତଥ୍ୟ ଭିତ୍ତିକ ଲେଖାବଳୀ । ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସ୍ଥିତ ସେଂଚୁରିଆନ କୃଷି ବିଶ୍ôବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ଛାତ୍ରୀ ମାନେ ଏପ୍ରିଲ ମାସ ୧ ତାରିଖ , ୨୦୧୮ ମସିହାରେ ଆରମ୍ଭ କରିଥିଲେ ଏକ ତ୍ରୈମାସିକ କୃଷି ଭିତ୍ତିକ ପତ୍ରିକା । କ଼ୃଷିର ବିକାଶ , କୃଷକର ବିକାଶକୁ ମୂଳମନ୍ତ୍ର କରି ଶ୍ୟାମଳ ସୁବର୍ଣ୍ଣର ଦଶମ ସଂଖ୍ୟା ପ୍ରକାଶିତ ହୋଇଯାଇଛି । କରୋନାର କାୟାରେ ସାରା ବିଶ୍ୱ କବଳିତ ହୋଇଥିବା ବେଳେ ଭାରତରେ ମଧ୍ୟ ଲକଡ଼ାଉନ ସ୍ଥିତି ବଳବତ୍ତର ରହିଥିବା ହେତୁ ଏହାକୁ ଅନଲାଇନ ଇ ମ୍ୟାଗାଜିନ ଭାବେ ପ୍ରକାଶ କରାଯାଇଛି । ଶ୍ୟାମଳ ସୁବର୍ଣ୍ଣ ସମ୍ପାଦକ ଡ଼ି ଶୁଭମ୍ଙ୍କ କହିବା ଅନୁସାରେ ଆମେ ଏଥର ସଂଖ୍ୟାକୁ ଅନଲାଇନରେ ପ୍ରକାଶ କରିଛୁ ଏବଂ ୱେବସାଇଟରେ ମଧ୍ୟ ଏକ ନୂତନ ଭାବେ ଅତିଥି ବିଭାଗ ସ୍ତମ୍ଭ ଲୋକାର୍ପିତ ହୋଇଛି । ଖୁବ କମ ଦିନ ମଧ୍ୟରେ ଅନଲାଇନରେ ପାଠକଙ୍କ ସଂଖ୍ୟା ୧୫ହଜାରରୁ ଉର୍ଦ୍ଧ୍ୱ ହୋଇ ବେଶ ପାଠକୀୟ ଆଦୃତି ସାଉଁଟିଛି ।
ତାଜା ଖବର
- ଶାରୀରିକ, ମାନସିକ ନିର୍ଯାତନା ସହିତ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ
- ଜନପ୍ରତିନିଧି ସହିତ ପ୍ରସାଶନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିରୀହ ଜନତା ନିଷ୍ପେସିତ
- ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
- ଦିନ ଦ୍ୱିପ୍ରହର ରେ ଲୁଟ,ଲୋକେ ଆତଙ୍କିତ
- ହାତୀ ପାଇଁ ଅଟକି ରହିଲା ମାଲବାହୀ ଟ୍ରେନ
- ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ବିଭିନ୍ନ ଶୈବପୀଠ
- ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତାଗିଦକୁ ଵେଖାତିର୍ : ସଫେଇ କର୍ମଚାରୀ ଦେଉଛନ୍ତି ଔଷଧ
- ଭଦ୍ରକ ଜିଲ୍ଲାରେ ଧାନ ଉଠାଣ କୁ ନେଇ ସମବାୟ ସମିତି ମାନଙ୍କ ରେ ଚାଷୀ ମାନେ କରିବେ ଆନ୍ଦୋଳନ।
- ଆଜି ମଧ୍ୟ ଲୋକେ ସରକାରୀ ମୌଳିକ ସୁବିଧା ଓ ଖାଦ୍ୟ ସୁରକ୍ଷା ଯୋଜନା ରୁ ବଞ୍ଚିତ
- କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ୧୨. ଘଣ୍ଟିଆ ଭାରତ ବନ୍ଦ ଡାକରା



