ଖୋର୍ଦ୍ଧା ,୦୮/୦୬ (ସନ୍ଧାନ ନିଉଜ) ସରୁନି ଶ୍ରମିକଙ୍କ ଦୁଃଖ – ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିଥିବାବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି I ପେଟପାଟଣା ପାଇଁ ନିଜ ନିଜର ଭିଟାମାଟିକୁ ଛାଡି ବାହାର ଦେଶକୁ କାମ କରିବାପାଇଁ ଯାଇଥିବା ଲୋକଙ୍କର ଦୁର୍ଦଶା ସରୁନି I ଲକଡାଉନ ଯୋଗୁଁ ସେମାନଙ୍କର ଦୁର୍ଦଶା ବଢ଼ିଯାଇଛି I ଦିନକୁ ଦିନ ପ୍ରବାଶୀ ଓଡ଼ିଆ ଙ୍କ ଓଡିଶା କୁ ସୁଅ ଛୁଟିଥିବାବେଳେ ଆହୁରି ଅନେକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି ବାହାର ଦେଶରେ I
ଶ୍ରୀଲଙ୍କା ରେ ଫସି ରହିଛନ୍ତି ପ୍ରବାସି ଓଡିଆ ଶ୍ରମିକ କରୋନା ମୁକାବୁଲା ରେ ଲକଡାଉନ ରେ ଶ୍ରୀଲଙ୍କା ରେ ଫସି ଯାଇଛନ୍ତି 42 ଜଣ ଓଡ଼ିଆ ଶ୍ରମିକ I ଓଡିଶା କୁ ଫେରେଇଆଣିବା ପାଇଁ ନିବେଦନ ମଧ୍ୟ କରିଥିଲେ 42 ଜଣ ପ୍ରବାସି ଓଡ଼ିଆ I ଲକଡାଉନ ଯୋଗୁଁ ସେମାନଙ୍କ ପାଖରେ ଦୈନିକ ଖାଦ୍ୟବି ନାହିଁ I ଏପରି ଏକ ଭିଡ଼ିଓ ଆଗରୁ ମଧ୍ୟ ଜାରି କରିଥିଲେ ହେଲେ ଏଯାଏଁ କିଛିବି ପଦକ୍ଷପ ନିଆଯାଇନାହିଁ ବୋଲି ପ୍ରବାସି ଓଡ଼ିଆ ଭିଡ଼ିଓ ରେ କହିଛନ୍ତି I
ଖୋର୍ଦ୍ଧା ଜିଲ୍ଲା ର ବାଣପୁର ବ୍ଲକର – କୁମାରାଙ୍ଗ ଶାସନ ପଞ୍ଚାୟତ, ତୁମୁରାପୁଟୁ ପଞ୍ଚାୟତ, ନରେନ୍ଦ୍ରପୁର ପଞ୍ଚାୟତ, ତୋରସିଂ ପଂଚାୟତ, ଭେଟେସ୍ୱର ପଂଚାୟତ, ଗମ୍ଭIରିମୁଣ୍ଡା ପଂଚାୟତ, ମୋରIମାରି ପଂଚାୟତ, ନନ୍ଦପୁର ପଂଚାୟତ, କୁଲେଈ ପଂଚାୟତ, ବିଷ୍ଣୁଡିହ ପଂଚାୟତ, ଦେଓଗାଁ ପଂଚାୟତ, ବାଣପୁର N.A.C. ଏବଂ
ଚିଲିକା ବ୍ଲକର ଆଙ୍କୁଲା ପଂଚାୟତ, ସିଙ୍ଗିସ୍ୱର ପଂଚାୟତ, ହରିପୁର ପଂଚାୟତ, ନିମିକ୍ଷେତା ପଂଚାୟତ, ବଡକୁଳ ପଂଚାୟତ, କୁମାଣ୍ଡଳ ପଂଚାୟତ ଏବଂ
ଟାଙ୍ଗୀ ବ୍ଲକ ର ପାରିଓରଡା ପଂଚାୟତ ଏବଂ
ପୁରୀ ଜିଲ୍ଲା ର ନୂଆପଡା ବ୍ଲକ ର ବଡ଼ନଳା ପଂଚାୟତ ର ଲୋକମାନେ ଫସି ରହିଛନ୍ତି I
ଶ୍ରୀଲଙ୍କା ର କଲୋମ୍ବ ରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ I ସେମାନେ 6 ମାସ ଧରି କାମ କରି ଆସୁଥିଲେ I ସେମାନେ କହିଛନ୍ତିକି ଲକଡାଉନ ପରଠାରୁ ସେମାନଙ୍କୁ ଖାଇବାକୁ ଠିକରେ ଦିଆଯାଉନାହିଁ I ସେମାନଙ୍କୁ ସେଠାରେ ଲକଡାଉନ ପରଠାରୁ 4ଦିନ ଧରି ଖାଇବାକୁ ଦିଆଯିବା ପରେ 2ଦିନ ଖାଇବାକୁ ଦିଆଯାଇନଥିଲା, ପରେ ସେମାନେ ସେଠାକାର ପୋଲିସ ଷ୍ଟେସନ କୁ ଯାଇ ନିଜର ଦୁଃଖ ପ୍ରକାଶ କରି ଜଣାଇବା ପରେ ସେମାନଙ୍କୁ ଖାଇବାକୁ ଭାତ ଡାଲି ଦିଆଯାଇଥିଲା I ବେଳେ ବେଳେ ଖାଇବାକୁ ନପାଇ ବହୁ ଅସୁବିଧା ର ସମ୍ମୁଖୀନ ହୋଇଆସୁଛନ୍ତି I
ଓଡିଶାକୁ ଫେରେଇଆଣିବା ପାଇଁ ଓଡିଶା ସରକାର ଙ୍କୁ ଏହି ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି I ଆଶାକରୁ ଏହି ଖବର ପ୍ରସାରଣ ପରେ ଓଡିଶା ସରକାର ତଥା ପ୍ରଶାସନ ର ଅଧିକାରୀ ମାନେ ଏହି ଭିଡ଼ିଓକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସେଠାରୁ ଉଦ୍ଧାର କରି ଓଡିଶା ମାଟିକୁ ଫେରେଇଆଣିବା ହେବେ I
ଖୋର୍ଦ୍ଧା ଜିଲ୍ଲା ବାଣପୁର ରୁ
ପ୍ରଦୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ




