ଶ୍ରୀଲଙ୍କାରେ ଇଂଲଣ୍ଡର ବଡ଼ ସଫଳତା, ୧୭ ବର୍ଷ ପରେ ଜିତିଲା ଟେଷ୍ଟ ଶୃଙ୍ଖଳା

Spread the love

କ୍ୟାଣ୍ଡି,୧୮/୧୧(ସନ୍ଧାନ ନିୟୁଜ) : ଜୋଏ ରୁଟଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ରବିବାର ଶ୍ରୀଲଙ୍କାରେ ବଡ଼ ସଫଳତା ହାସଲ କରିଛି। ଦୀର୍ଘ ୧୭ ବର୍ଷ ପରେ ଏହି ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଜିତିଛି। ଶ୍ରୀଲଙ୍କାକୁ ଶେଷ ଥର ପାଇଁ ଇଂଲଣ୍ଡ ୨୦୦୧ରେ ହରାଇଥିଲା।

ବର୍ଷ ୨୦୦୧ରେ ଶ୍ରୀଲଙ୍କା ମାଟିରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ଶୃଙ୍ଖଳା ମଧ୍ୟ ଥିଲା। ଏହା ପରେ ଶ୍ରୀଲଙ୍କା ମାଟିରେ ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳା ଜିତ ନଥିଲା। ଶ୍ରୀଲଙ୍କା ମାଟିରେ କୁମାର ସାଙ୍ଗାକାର ଓ ମହେଲା ଜୟବର୍ଦ୍ଧନ ଭଳି ଅଭିଜ୍ଞ ଖେଳାଳି ଥିଲେ, ଯେଉଁଥି ପାଇଁ ଇଂଲଣ୍ଡର କୌଣସି ପ୍ରଭାବ ପକାଇ ପାରି ନଥିଲା। ସାଙ୍ଗାକାରା ଏବଂ ଜୟବର୍ଦ୍ଧନେ ଅବସର ନେବା ପରେ ଶ୍ରୀଲଙ୍କା ଟିମ ଦୁର୍ନୀତିରେ ବୁଡ଼ି ରହିଛି ବୋଲି ଆଲୋଚନା ହେଉଛି।

କ୍ୟାଣ୍ଡି ଠାରେ ଖେଳାଯାଇଥିବା ୨ୟ ଟେଷ୍ଟ ମ୍ୟାଚ ଜିତିବା ସହିତ ଇଂଲଣ୍ଡ ୩ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୨-୦ରେ ଅଗ୍ରଣୀ ରହିଛି। ଜ୍ୟାକ ଲିଚଙ୍କ ୫ ଓ୍ଵିକେଟ ବଳରେ ଇଂଲଣ୍ଡ ୫ମ ତଥା ଅନ୍ତିମ ଦିନରେ ଶ୍ରୀଲଙ୍କାକୁ ୫୭ ରନ୍‌ରେ ପରାସ୍ତ କରିଛି। ଶ୍ରୀଲଙ୍କା ଟିମ୍‌ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ୨୪୩ ରନରେ ଅଲଆଉଟ୍‌ ହୋଇଛି। ଆଞ୍ଜେଲା ମ୍ୟାଥୁସ ସର୍ବାଧିକ ୮୮ ରନ୍‌ ଓ ଦିମୁଥ କରୁଣାରତ୍ନେ ୫୭ ରନ୍‌ ଯୋଡ଼ିଥିଲେ। ସେହିପରି ରୋଶନ ସିଲଭାଙ୍କ ୩୭ ରନ୍‌ ଓ ନିରୋସାନ ଡିକଭେଲା ୩୫ ରନ ସଂଗ୍ରହ କରିଥିଲେ।

Related Posts

About The Author

Add Comment