ଶ୍ରୀକ୍ଷେତ୍ରରୁ ଭାଲୁଖାଇ ଆସିବ ନନ୍ଦିଘୋଷ ଚକ୍ର ଜାନୁୟାରୀ ୨୨ ରୁ ଦୁଇ ଦିନିଆ ସାଧୁସନ୍ଥ ସମ୍ମୀଳନୀ

Spread the love

ଧର୍ମଶାଳା, ୨୬/୧୧ (ସନ୍ଧାନ ନିଉଜ) : ପୁରୀ ଶ୍ରୀକ୍ଷେତ୍ରରୁ ଭାଲୁଖାଇ ଜଗନ୍ନାଥ ମନ୍ଦିରକୁ ଆସିବ ନନ୍ଦିଘୋଷ ଚକ୍ର । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ନିମନ୍ତେ ଆସନ୍ତା ଜାନୁୟାରୀ ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବ ଦୁଇଦିନିଆ ଭକ୍ତ ଓ ସାଧୁସନ୍ଥ ସମ୍ମିଳନୀ । ଏଥିରେ ଯୋଗଦେବେ ପ୍ରାୟ ୨୦ ହଜାର ଜଗନ୍ନାଥ ପ୍ରେମୀ । ଏ ନେଇ ଏକ ପ୍ରସ୍ତୁତି ବୈଠକ ଧର୍ମଶାଳା ବ୍ଲକ୍ ଭାଲୁଖାଇ କୁମାରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀ ଜଗନ୍ନାଥ ଚେତନା ମହା ଅଧିବେଶନ ଓ ଶ୍ରୀ ନନ୍ଦିଘୋଷ ଚକ୍ର ସ୍ଥାପନ ପରିପ୍ରେକ୍ଷୀରେ ଏହି ପ୍ରସ୍ତୁତି ବୈଠକରେ ପୀତାମ୍ବର ଜେନା ସଭାପତିତ୍ୱ କରିଥିଲେ । ଏଥିରେ ମହାରାଜ ଦାନଦୟାଲ ସରସ୍ୱତୀ, ଗୋବର୍ଦ୍ଧନ ପୀଠ ପୁରୀର କ୍ଷେତ୍ରୀୟ ସଂପାଦକ ଆଦିତ୍ୟ ବାହିନୀ ପଣ୍ଡିତ ଲିଙ୍ଗରାଜ ପତି, କାଳାନ୍ତର ସଂପାଦକ ସୈାମ୍ୟକାନ୍ତ ସାମନ୍ତରାୟ, ଚାରଣ ଗୋଷ୍ଠୀ ଉପଦେଷ୍ଟା ପ୍ରସନ୍ନ କୁମାର ବେହୁରା, ଆଦିତ୍ୟ ବାହିନୀ ସଂଗଠନ ସଚିବ ଶୁଭେନ୍ଦୁ ସ୍ୱାଇଁ ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥ ଚେତନା ଓ ସଂସ୍କୃତି ସଂପର୍କରେ ଆଲୋଚନା କରିଥିଲେ । ଆସନ୍ତା ଜାନୁୟାରୀ ୨୨ ଓ ୨୩ ତାରିଖରେ ଶ୍ରୀ ଜଗନ୍ନାଥ ଚେତନା ମହା ଅଧିବେଶନ ଏହି ମନ୍ଦିର ପରିସରରେ ଅନୁଷ୍ଠିତ ହେବ । ୨୨ ତାରିଖରେ ପୁରୀ ଶ୍ରୀ ମନ୍ଦିରରୁ ଶ୍ରୀ ନନ୍ଦିଘୋଷ ଚକ୍ରକୁ ଏକ ଶୋଭାଯାତ୍ରାରେ ଭାଲୁଖାଇ ମନ୍ଦିର ପର୍ଯ୍ୟନ୍ତ ଅଣାଯିବ । ଏହି ଶୋଭାଯାତ୍ରାରେ ଶ୍ରୀ ନନ୍ଦିଘୋଷ ଚକ୍ର ପିପିଲି, ଭୁବନେଶ୍ୱର, କଟକ, ଛତିଆ, ଚଣ୍ଡିଖୋଲ, ଜାରକା ଅଂଚଳ ପରିଭ୍ରମଣ କରାଯାଇ ଭାଲୁଖାଇ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଥାପିତ କରାଯିବ । ଏହି ମହାପର୍ବରେ ବହୁ ସଂଖ୍ୟକ ସାଧୁସନ୍ଥ, ଭକ୍ତ ଓ ଶ୍ରଦ୍ଧାଳୁଙ୍କର ସମାବେଶ ହେବ । ୨୩ ତାରିଖ ସକାଳେ କଳସ ଯାତ୍ରା, ଯଜ୍ଞ ଆଦି ଅନୁଷ୍ଠିତ ହେବ । ବିଷିଷ୍ଟ ବ୍ୟକ୍ତଙ୍କୁ ସମ୍ବର୍ଦ୍ଧନା କରାଯିବ ।
ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାର ଯୋଗଦେଇ ନୃତ୍ୟ ପରିବେଷଣ କରିବେ । ଶୋଭାଯାତ୍ରାରେ କରାଯିବ । ସମୟ ଆୟୋଜନ ପାଇଁ ଆଜିର ପ୍ରସ୍ତୁତି ବୈଠକରେ ଦୃଢ଼ାନ୍ତ ହୋଇ ଧର୍ମଶାଳା ଅଂଚଳର ପ୍ରତ୍ୟେକ ଗ୍ରାମଦେବୀ ମନ୍ଦିରକୁ ନିମନ୍ତ୍ରଣ ଜଣାଯିବ ସହ ପୂଜା ସଂପର୍କୀୟ ତାଲିମ୍ ପୂଜକ ସେବାୟତଙ୍କୁ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି । ବୈଠକରେ ମନ୍ଦିର ପରିଚାଳନା କମିଟିି ପକ୍ଷରୁ ଅବଧି ରାଉତ, କାର୍ତିକ ସ୍ୱାଇଁ, ପ୍ରସନ୍ନ କୁମାର ବରାଳ, ଉନ୍ଦ୍ରମଣି ମହାନ୍ତି, ଇଂ. କଳ୍ପତରୁ ସାହୁ, ଗଜେନ୍ଦ୍ର ବେହେରା, ଜିତେନ୍ଦ୍ର ସାମଲ, କ୍ୟାପ୍ଟେନ୍ ତ୍ରିଲୋଚନ ଅବସରପ୍ରାପ୍ତ ସିଡିଏମ୍ଓ ଡା. ବିଜୟ କୁମାର ଶତପଥୀ, ସବ୍ୟସଚୀ ବେହେରା, ସ୍ୱରାଜ କୁମାର ରାଉତରାୟ, ଦୁର୍ଯେ୍ୟଧନ ସଂଗ୍ରାମ ଜେନା, ଭଗବାନ କୁଣ୍ଡୁ,ଦାମୋଦର ପତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରୁ ଚାରଣ ଶ୍ରଦ୍ଧାଳୁମାନେ ଏଥିରେ ଯୋଗଦେଇଥିଲେ ।

Related Posts

About The Author

Add Comment