ରାଉରକେଲା, ୧୧/୦୯/୨୦ (ସନ୍ଧାନ ନିଉଜ) : ବିଜୁ ଜନତା ଦଳର ପ୍ରାକ୍ତନ ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ନରେନ୍ଦ୍ର ସ୍ୱାଇଁଙ୍କ ବିୟୋଗରେ ଇଣ୍ଡିଆନ ଡିଟୋନେଟର୍ସ ମଜଦୁର ସଭାର କର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡା ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତାରେ ଶ୍ରୀ ପରିଡା କହିଛନ୍ତି ସ୍ୱର୍ଗତ ନରେନ୍ଦ୍ର ସ୍ୱାଇଁ ଏକଧାରାରେ ଜଣେ ବିଶିଷ୍ଟ ଶ୍ରମିକ ନେତା, ସୁସଂଗଠକ ତଥା ପରୋପକାରୀ ବନ୍ଧୁ ବତ୍ସଳ ଧର୍ମପରାୟଣ ବ୍ୟକ୍ତି ଥିଲେ ତାଙ୍କ କର୍ମନିଷ୍ଠା ଦ୍ୱାରା ସେ ରାଜ୍ୟ ସରକାରଙ୍କ ବିହନ ନିଗମର ଅଧକ୍ଷ, ପର୍ଯ୍ୟଟନ ବିଭାଗର ଅଧକ୍ଷ ପଦବୀରେ କାର୍ଯ୍ୟକରିବା ସହ ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ପଦରେ ଥିଲେ ଓ ହିନ୍ଦ ମଜଦୁର ସଭାର ରାଜ୍ୟ ଉପସଭାପତି ପଦରେ କାର୍ଯ୍ୟ ସମ୍ପାଦନା କରିଥିଲେ, ତାଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ଘଟିଲା । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରାଯାଇଛି ।
ଶ୍ରମିକ ନେତା ନରେନ୍ଦ୍ର ସ୍ୱାଇଁଙ୍କ ବିୟୋଗରେ ଶୋକ
|
September 11, 2020 |