ଶେଷ ହେଲା ଜଳାଶୟନୀ ନାରାୟଣଙ୍କ ପ୍ରସିଦ୍ଧ ସିଂହାପୁର ଯାତ୍ର: ଯେଉଁଠି ଦର୍ଶନ ନିମନ୍ତେ ବ୍ୟାକୁଳ ଭକ୍ତ ଏବଂ ଶ୍ରଦ୍ଧାଳୁ

Spread the love

ରସୁଲପୁର ( ସନ୍ଧାନ ନିୟୁଜ): ରସୁଲପୁର ବ୍ଲକ ଅଂଚଳର ଐତିହାସିକ ସିଂହାପୁର ଯାତ୍ରା ରବିବାର ପ୍ରତୁ୍ୟଷରୁ ଆରମ୍ଭ ହେଉଛି । ଏହି ଅବସରରେ ପ୍ରଭୂ ନାରାୟଣ ଗୋସାଇଁ ଜଳାଶୟନ ଛାଡି ସ୍ଥଳାସନରେ ବିରାଜିତ ହୋଇଛନ୍ତି । ପ୍ରଭୂଙ୍କୁ ଜଳକ୍ରୀଡା ଓ ପୂଜା ରୀତିନୀତି ଓ ସିଂହାସନରୂଢା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ୧୦ହଜାରରୁ ଉର୍ଦ୍ଧ ଭକ୍ତ ଯାତ୍ରା ସ୍ଥଳରେ ସମାଗମ ହୋଇଥିଲେ । ଏହି ଅବସରରେ ପ୍ରଭୂ ୩ଦିନ ପାଇଁ ସ୍ଥଳାଦେଶ ମନ୍ଦିର ସିଂହାସନ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେବେ ।
ଯାତ୍ରାରେ ପୂର୍ବ ନିିର୍ଦ୍ଧାରିତ ପୂଜା ନିର୍ଘଂଟ ଅନୁସାରେ ସକାଳ ୭/୩୦ ମିନିଟ ସମୟରେ ଜଳାସନରୁ ବାହାରକୁ ଅଣାଯାଇଥିଲା । ଜଳକ୍ରିଡା ସହ ପ୍ରଭୂଙ୍କୁ ପୂର୍ବ ପାବଚ୍ଛରେ ଉପବେଶନ କରାଯାଇଥିଲା । ଏଠାରେ ରାଜ ପୁରୋହିତ ନିଳାମ୍ବର ପତିଶର୍ମା ପୂଜା ଅର୍ଚ୍ଚନା କରିଥିଲେ । ରାଜ ଉତ୍ତରାଧିକାରୀ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ପଇଡ ଓ କଂଚାକ୍ଷୀରରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ଏଥି ସହ ଚଳନ୍ତି ପ୍ରତିମା ମଦନ ମୋହନ ଜୀଉ ମନ୍ଦିରରୁ ଆସି ଏହି ପାବଚ୍ଛ ନିକଟରେ ପ୍ରଭୂଙ୍କୁ ସ୍ୱାଗତ କରିବାର ବିଧିକୁ ପାଳନ କରାଯାଇଥିଲା । ପରେ ଠାକୁରଙ୍କୁ ପୁଣିି ଜଳକ୍ରିଡାର ସହ ଉତ୍ତର ପାବଚ୍ଛରେ ପହଁଚା ଯାଇଥିଲା । ଉକ୍ତ ସ୍ଥାନରେ ରାଣୀ ଅପର୍ଣ୍ଣାଧିର ସିଂ ଭରଦ୍ୱାଜ ଓ ଜମାତା ବିନୀତ ଭରଦ୍ୱାଜଙ୍କ ସହ ଅନ୍ୟ ସଦସ୍ୟମାନେ ଅର୍ଘ୍ୟ ଓ ବନ୍ଦାପନା ଥାଳି ଧରି ଅପେକ୍ଷା କରିଥିଲେ । ପ୍ରଭୂଙ୍କୁ ପହଁଣ୍ଡି ବିଜେ କରାଇ ସିଂହାସନ ପର୍ଯ୍ୟନ୍ତ ନେଇଥିଲେ । ରାଜ ପରିବାର ଉତ୍ତରାଧିକାରୀ ଭାବେ ଅପର୍ଣ୍ଣା ରାଇ ବାସଙ୍ଗ ପୁଷ୍ପ ଓ ପତ୍ରରେ ସ୍ୱାଗତ କରିଥିଲେ । ଏହି ସମୟରେ ଶଙ୍ଖ, ଘଂଟ,ଘଂଟା, ବାଦ୍ୟ, ସଂକୀର୍ତ୍ତନର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ପ୍ରଭୂ ସିଂହାସନ ରୂଢ ହେବା ପରେ ରୁଦ୍ଧଦ୍ୱାର ପୂଜା କରାଯାଇଥିଲା । ଏହି ଅବସରରେ ପ୍ରଭୂ ମଦନମୋହନ ଜୀଉ ଯଜ୍ଞ ମଣ୍ଡପରେ ଅବସ୍ଥାନ କରିଥିଲେ । ଯଥାବିଧି ପୂଜା ଶେଷ ହେବା ପରେ ସାହଣମେଲା କରାଯାଇଥିଲା । ଶ୍ରଦ୍ଧାଳୁମାନଙ୍କ ଦର୍ଶନାର୍ଥେ ମନ୍ଦିର ଫାଟକ ଖୋଲାଯାଇଥିଲା । ଏଥିସହ ଠାକୁରଙ୍କୁ ଆଦିତ୍ୟନାରାୟଣ ବେଶ, ମୀନ, କୁର୍ମ ଅବତାରରେ ଭୂଶିତ କରାଯାଇଥିଲା । ସଂଧ୍ୟା ଆଳତୀ ପରେ ବରାହ ଅବତାର ଓ ରାତିରେ ପ୍ରଭୂଙ୍କୁ ବଡ ସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏ, ସାଂସଦ ପ୍ରାର୍ଥôନୀ ଶର୍ମିଷ୍ଠା ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପୂର୍ବବର୍ଷ ଯାତ୍ରା ପଡିଆରେ ରାଜନୈତିକ ବ୍ୟାନର ଲାଗିବାକୁ ନେଇ ବିବାଦ ଦେଖାଦେଇଥିଲା । ଏପରି କି ବ୍ୟାନର ଚିରାକୁ ନେଇ ମାମଲା ଥାନାକୁ ଯାଇଥିଲା । ଉକ୍ତ ଘଟଣାକୁ ତାଳିପକା ସମାଧାନ କରାଯାଇଥିଲା । ଚଳିତବର୍ଷ ଆଉ ଏକ ନୂଆ ବିବାଦ ଦେଖାଦେଇଛି । ଯାତ୍ରା ପରିଚାଳାନ କମିଟି ଓ ତାଙ୍କର କାର୍ଯ୍ୟକଳାପ ଉପରେ ଅସନ୍ତୋଷବ୍ୟକ୍ତକରି ପଂଚାୟତର ଜନପ୍ରତିନିଧି ଗଣ ଆପତ୍ତି ଉଠାଇଛନ୍ତି । ଏହାକୁ ନେଇ ଯାତ୍ରାରେ ବିଶୃଙ୍ଖଳା ଉପୁଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏହାକୁ ଦୃଷ୍ଟିଦେଇ ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରା ସ୍ଥଳରେ ଆଇନ ଶୃଙ୍ଖଳା ବଜାଇ ରଖିବା ଉପରେ ଗୁରୁତ୍ୱ ଦେଉଛି ।ରସୁଲପୁର ବ୍ଲକ ଅଂଚଳର ଐତିହାସିକ ସିଂହାପରୁ ଯାତ୍ରାର ଦ୍ୱିତୀୟ ଦିବସରେ ପ୍ରଭୂ ନାରାୟଣ ଗୋସାଇଁ ଭକ୍ତଙ୍କୁ ନାନା ବେଶରେ ଦର୍ଶନ ଦେଇଛନ୍ତି । ପ୍ରଭୂଙ୍କ ନାନା ବେଶଭୂଷା ଓ ଆଭୂଷଣକୁ ଦର୍ଶନ କରି ଭକ୍ତଗଣ ବିମୋହିତ ହୋଇ ଉଠିଛନ୍ତି । ଆଜି ପ୍ରଭୂଙ୍କୁ ୪ଟି ବେଶରେ ଭୂଷିତ କରାଯାଇଛି । ଏଥି ପାଇଁ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ରାଜ ପୁରୋହିତମାନେ ଠାକୁରଙ୍କୁ ନାନା ବେଶରେ ସଜ୍ଜାଇବା ସକାଶେ ନିୟୋଜିତ ହୋଇଥିôଲେ । ପ୍ରତୁ୍ୟଷରେ ପ୍ରଭୂ ନାରାୟଣ ଗୋସାଇଁଙ୍କୁ ନୃସିଂହ ଅବତାରେ ସଜାଯାଇଥିଲା । ସକାଳ ଧୂପ ସମୟରେ ପ୍ରଭୂଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ ଜମିଥିଲା । ପ୍ରଭୂ ମଧ୍ୟାହ୍ନରର ବାମନ ବେଶ, ସଂଧ୍ୟାରେ ଗଜ ଉଦ୍ଧାରଣ, ରାତିରେ ପର୍ଶୁରାମ ବେଶରେ ଆଭୂଷିତ କରାଯିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପାଗର ଅନୁକୂଳ ଯୋଗୁଁ ସଂଧ୍ୟା ସମୟରେ ଶ୍ରଦ୍ଧାଳୁଙ୍କ ବିଶେଷ ଭିଡ ଜମିଥିଲା । ରାଜ୍ୟ ସଂସ୍କୃତିକ ବିଭାଗ ପକ୍ଷରୁ କଳା ସଂସ୍କୃତିକୁ ନେଇ ଧର୍ମଶାଳା ଓ ରସୁଲପୁର ବ୍ଲକର ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ନେଇ ପ୍ରିତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତୀତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ରସୁଲପୁର ବ୍ଲକ ଅଂଚଳର ଐତିହାସିକ ସିଂହାପୁର ଯାତ୍ରା ଆଜି ପୂର୍ବାହ୍ନରେ ଶେଷ ହୋଇଛି । ଯାତ୍ରାର ତୃତୀୟ ତଥା ଅନ୍ତିମ ଦିନରେ ପ୍ରଭୂ ରାମ ବଳରାମ, କଳ୍କୀ, କାଳୀୟ ଦଳନ, ଓ ସନ୍ୟାସ ବେଶରେ ଦର୍ଶନ ଦେଇଥିଲେ । ଆଜି ପ୍ରତୁ୍ୟଷରେ ଯଜ୍ଞକୁଣ୍ଡରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା । ପ୍ରଭୂଙ୍କ ବିଦାୟ ଯାତ୍ରା ଅବସରରେ ହାଜାର ହଜାରକ୍କ୍ଙ୍କ ସମାଗମ ହୋଇଥିଲା । ପ୍ରଭୂଙ୍କୁ ଭକ୍ତିଭାବଭରା ଓ ଆବେଗପୂର୍ଣ୍ଣ ପରିବେଶରେ ଶ୍ରଦ୍ଧାଳୁମାନେ ଅଶ୍ରୁଳ ବିଦାୟ ଦେଇଥିଲେ । ନିଆରା ପରମ୍ପରା ସହ ଜଳଶାୟୀ ଠାକୁର ନାରାୟଣ ଗୋସାଇଁଙ୍କ ୩ଦିନିଆ ସ୍ଥଳ ବିଜେ ଯାତ୍ରା ଶେଷ ହୋଇଛି । ଠାକୁରଙ୍କୁ ପହଁଣ୍ଡି ବିଜେ କରି ଭକ୍ତମାନେ ପୁଣି ମଧୁତୀର୍ଥ ପୁଷ୍କରଣୀର ଜଳ ମଝିରେ ଥିବା ସିଂହାସନରେ ଅବସ୍ଥାନ କରି ଫେରି ଆସିଛନ୍ତି ।
ବିଦାୟୀ ଯାତ୍ରାରେ ପୂର୍ବ ଯାତ୍ରାର ଝଲକ ଦେଖିବାକୁ ମିଳିଥିଲା । ଏଥି ସକାଶେ ପ୍ରାତଃହରେ ଆଳତୀ, ରୁଦ୍ଧଦ୍ୱାର ପୂଜା ଅନୁଷ୍ଠିତ ହୋଇଥିଲା । ରାଜ ପୁରୋହିତଗଣ ପୂଜାପାଠରୁ ଆରମ୍ଭ କରି ପ୍ରଭୂଙ୍କୁ ସିଂହାସନରୁ ଓହ୍ଲାଇବା କାର୍ଯ୍ୟକୁ ତଦାରଖ କରିଥିଲେ । ପ୍ରଭୂ ବିଦାୟ ନେବା ପୂର୍ବରୁ ସନ୍ୟାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ରଜା ପରିବାରର ଉତ୍ତରାଧିକାରୀ ପୂଜା କାର୍ଯ୍ୟରେ ଯୋଗଦେଇଥିଲେ । ନୀତି ନିର୍ଘଣ୍ଟ ନିର୍ବାହ କରିବା ପାଇଁ ପୂଜାସ୍ଥଳରେ ଉପସ୍ଥିତ ଥିଲେ । ରାଜଜେମା ଅପର୍ଣ୍ଣା ଧିର ସିଂ ପୁଷ୍ପାଞ୍ଜଳୀ ପ୍ରଦାନ ପୂର୍ବକ ପହଁଣ୍ଡି ବିଜେ କରାଯାଇ ଥିଲା । ପୂର୍ବଭଳି ଠାକୁରଙ୍କୁ ଉତ୍ତର ପାବଚ୍ଚରେ ବିଜେ କରାଯାଇ ଥିଲା । ସେଠାରେ ପରାମ୍ପରିକ ପୂଜାନୀତି ସରିବା ପରେ ଠାକୁରଙ୍କୁ ଜଳକ୍ରୀଡା କରାଯାଇ ଥିଲା । ପରେ ପ୍ରଭୂ ନାରାୟଣ ଗୋସାଇଁଙ୍କୁ ଭକ୍ତଗଣ ପୂର୍ବ ପାବଚ୍ଛରେ ସ୍ଥାପନ କରିଥିଲେ । ପୁଷ୍କରଣୀର ପୂର୍ବ ପଟ ପାବଚ୍ଛ ନିକଟରେ ଥିବା ମଦନ ମୋହନ ଜୀଉ ପାବଚ୍ଛ ନିକଟରେ ପହଁଚିବା ପ୍ରଭୂଙ୍କୁ ବିଦାୟ ଦେଇ ମନ୍ଦିରକୁ ଫେରି ଯାଇଥିଲେ । ପରେ ଭକ୍ତଗଣ ଠାକୁରଙ୍କୁ ଜଳକ୍ରୀଡା କରିବା ସହ ଜଳଶାୟୀ କରାଇଥିଲେ । ଠାକୁରଙ୍କ ଏହି ଲୀଳାଖେଳା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା । ଶଙ୍ଖ, ଘଂଟ, ହୁଳହୁଳି, ଭଜନ ସଂକୀର୍ତ୍ତନରେ ଯାତ୍ରାସ୍ଥଳ ଫାଟି ପଡୁଥିଲା । ମାନସିକଧାରୀମାନେ ନିଜର ମାନସିକ ପୂରଣ ପୂର୍ବକ ପୋଖରୀକୁ ପତାକା ଅର୍ପଣ କରିଥିଲେ । ଠାକୁରଙ୍କ ଲିଳାଖେଳାରେ ଭକ୍ତ ବିଭୋର ହୋଇଉଠିଥିଲେ । ସୂଚନାଥାଉ କି ମଙ୍ଗଳବାର ବିଳମ୍ବିତ ରାତିରେ ସାଇକଲେ ଷ୍ଟାଣ୍ଡରେ ଅର୍ଥ ଆଦାୟକୁ ନେଇ ଗଣ୍ଡଗୋଳ ଉପୁଯିଥିଲା । ପ୍ରଶାସନର ବାରଣ ସତ୍ୱେ କମିଟିିର ସଦସ୍ୟଗଣ ଅଧିକା ଅର୍ଥ ଆଦାୟ କରିିବାକୁ ବିିରୋଧ ହେବାରୁ ପାଟିତୁଣ୍ଡ ହୋଇଥିଲା ବୋଲି କୁହାଯାଉଛି । ହେଲେ ଏ ଦିିଗରେ ଥାନାରେ ଅଭିଯୋଗ ହୋଇନାହିଁ । ବିିଗତବର୍ଷ ଭଳି ଚଳିତ ବର୍ଷରେ ବି ଯାତ୍ରା ବିଶୃଙ୍ଖଳାରୁ ବାଦ ପଡିିନାହିଁ ବୋଲି କୁହାଯାଉଛି ।

Related Posts

About The Author

Add Comment