ଶେଷ ଯାତ୍ରାରେ ବି ସମସ୍ୟା, ସ୍ଵର୍ଗଦ୍ଵାରର ଜରାଜୀର୍ଣ୍ଣ ଅବସ୍ଥା, ମରାମତି ସହିତ ସ୍ବଚ୍ଛତା ଅଭାବରୁ ବିପଦପୂର୍ଣ୍ଣ ସ୍ଥିତି

Spread the love

ସୁନ୍ଦରଗଡ଼ ତା:୨୪/୩/୨୦୨୬( ସନ୍ଧାନ ନ୍ୟୁଜ/ରାଜୁ ପଟେଲ)  ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକରୁ ଆସିଛି ଏକ ଚିନ୍ତାଜନକ ଖବର। ମଣିଷର ଶେଷ ଯାତ୍ରା ପାଇଁ ଉଦ୍ଦିଷ୍ଟ ‘ସ୍ଵର୍ଗଦ୍ଵାର’ ଏବେ ନିଜେ ମରଣାସନ୍ନ। ଦୀର୍ଘ ଦିନର ଦୃଷ୍ଟିହୀନତା ଅଭାବରୁ ସ୍ବର୍ଗ ଦ୍ଵାରର ଅବସ୍ଥା ଏତେ ବିପଦପୂର୍ଣ୍ଣ ହୋଇପଡ଼ିଛି ଯେ, ଯେକୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ସ୍ଵର୍ଗଦ୍ଵାରକୁ ଯିବାପାଇଁ ରାସ୍ତା ନ ହେବା କାରଣରୁ ଲୋକେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ସବଡେଗା ବ୍ଲକର ସ୍ଵର୍ଗଦ୍ଵାରର ଦିନେ ଯେଉଁଠି ଶେଷ ସଂସ୍କାର ପାଇଁ ସୁବିଧା ଥିଲା, ଆଜି ତାହା ଭୟଙ୍କର ସ୍ଥିତିରେ। ଚାରିଆଡ଼େ ଅନାବନା ଗଛଲତା ମାଡ଼ିଯିବା ଫଳରେ ବିଷାକ୍ତ ସରୀସୃପଙ୍କ ଆଡ୍ଡା ସ୍ଥଳ ପାଲଟିଛି। ଶ୍ମଶାନରେ ନା ଅଛି ପାଣିର ସୁବିଧା, ନା ଅଛି ରାତିରେ ସଂସ୍କାର ପାଇଁ ଆଲୋକର ବ୍ୟବସ୍ଥା।”ବର୍ଷା ଦିନେ ଏଠାକୁ ଶବ ଆଣିବା କଷ୍ଟକର ହୋଇପଡୁଛି।  ପ୍ରଶାସନକୁ ବାରମ୍ବାର ଜଣାଇଲେ ବି କେହି ଶୁଣୁନାହାନ୍ତି। ଲୋକଙ୍କ ଆବେଗ ସହ ଜଡ଼ିତ ଏହି ସମ୍ବେଦନଶୀଳ ସ୍ଥାନର ପୁନରୁଦ୍ଧାର କେବେ ହେବ? କେବେ ସଜାଡ଼ିବ ସବଡେଗା  ବ୍ଲକ ସ୍ଵର୍ଗଦ୍ଵାରର ଚେହେରା? ସ୍ଥାନୀୟ ବାସିନ୍ଦା ଏବେ ପ୍ରଶାସନର ହସ୍ତକ୍ଷେପକୁ ଅପେକ୍ଷା କରିଛନ୍ତି।

Related Posts

About The Author

Add Comment