ବାଲେଶ୍ଵର ୨୮/୦୮/୨୦ (ସନ୍ଧାନ ନିଉଜ):- ବାଲେଶ୍ବର ଖନ୍ତାପଡ଼ା ଥାନା ଅଞ୍ଚଳର ଏକ ୫ ବର୍ଷର ଶିଶୁକୁ ଏକ ୩ଟି ପର୍ଯ୍ୟାୟରେ ବିକ୍ରି କରାଯାଇଥିବା ଘଟଣାର ପର୍ଦାଫାସ ହେବା ପରେ ସମ୍ପୃକ୍ତ ବ୍ୟାକେଟ୍ରେ ଜଡ଼ିତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ କଡ଼ାକାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ନିର୍ଦ୍ଦେଶ ପାଇବାର ୫ ଦିନ ବିତିଯାଇଥିଲେ ବି ବିଭାଗୀୟ ଅଧିକାରୀ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡ଼ିଛି। ଫଳରେ ବିଭାଗୀୟ ଅଧିକାରୀ ଏବଂ ଉକ୍ତ ବ୍ୟାକେଟ୍ରେ ସାମିଲ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ କୌଣସି ଭିତିରି ବୁଝାମଣା ରହିଥିବା ନେଇ ଯେଉଁ ଅଭିଯୋଗ ହୋଇ ଆସୁଥିଲା ସେ ନେଇ ଅଧିକ ସନ୍ଦେହ ସୃଷ୍ଟି ହୋଇଛି। ଗତ ୧୮ ତାରିଖରେ ଉକ୍ତ ପିଲାକୁ ଭୁବନେଶ୍ବର ରୁଚିକା ଚାଇଲ୍ଡ ଲାଇନ୍ର ଏକ ଟିମ୍ ବାଲେଶ୍ବର ଆଣି ସିଡବ୍ଳସିରେ ପହଞ୍ଚିଥିଲା। ପିଲାଟିକୁ ବିକ୍ରି କରାଯିବା ସହି ବାଲେଶ୍ବରରୁ ଭୁବନେଶ୍ବର ପର୍ଯ୍ୟନ୍ତ ପଠାଯାଇ ସେଠାରେ କିପରି ଓ କେଉଁ ଅବସ୍ଥାରେ ରଖାଯାଇଥିଲା ? ଏହାଛଡ଼ା ଏନେଇ ଖୋଦ୍ଧାର ଅତିରିକ୍ତ ସିଡବ୍ଲସି ପିଲାର ଠିକଣା ଜଣାଇବା ପାଇଁ ବାଲେଶ୍ଵର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ବାରମ୍ବାର ଚିଠି ଲେଖିଥିବା ବେଳେ ସେ କିପରି ଉତ୍ତର ପଠାଇବାରେ ବିଳମ୍ବ କରିଥିଲେ ଏବଂ ଶେଷରେ ପିଲାର ଏଠାରେ କୌଣସି ଠିକଣା ମିଳୁପାରୁନାହିଁ ବୋଲି ସେଠାକୁ ଚିଠି ଲେଖି ଜଣାଇଥିଲେ ଏ ସମସ୍ତ ବିଷୟ ଉପରେ ସିଡବ୍ଲସି କର୍ତ୍ତୁପକ୍ଷଙ୍କ ଆଗରେ ଉକ୍ତ ଟିମ୍ ଉପସ୍ଥାପନ କରିଥିଲେ । ପିଲାଟି ମୁହଁରୁ ମଧ୍ୟ ସିଡବ୍ଲ୍ୟୁସି କର୍ତ୍ତୁପକ୍ଷ ଏ ସବୁ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟ ହେବା ପରେ ଘଟଣାକୁ ଗୁରୁତର ସହକାରେ ନେଇ ସପ୍ତାହକ ଭିତରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦେବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସିଡବ୍ଲସିଙ୍କ ଏହି ନିର୍ଦ୍ଦେଶକୁ ଇତିମଧ୍ୟରେ ୫ ଦିନ ବିତିଯାଇଛି । ହେଲେ ଆଜି ଜିଲ୍ଲା ସୁରକ୍ଷା ଅଧିକାରୀ ଯୁବକ ମାର୍ଥୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ସିଡବ୍ଲ୍ୟୁସି ପକ୍ଷରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ଆମେ ତଦନ୍ତ କରୁଛୁ । ଯଦି ସତରେ ସେ ପିଲା ବିକ୍ରି ହୋଇଥିବ ଏବଂ ସମ୍ପୃକ୍ତ ଅଭିଯୁକ୍ତଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିବ ତା’ ହେଲେ ସେମାନେ ତାକୁ କ୍ଷତିପୂରଣ ପ୍ରଦାନ କରିବେ ସେଥିରେ ଯଦି ସହଯୋଗ ନ କରନ୍ତି ତାହେଲେ ଆଇନ୍ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଏହାବ୍ୟତୀତ ସିଡବ୍ଲ୍ୟୁସି ସିଧାସଳଖ ନିର୍ଦ୍ଦେଶ ଦେଇଦେଲେ ସେ ନେଇଁ କାର୍ଯ୍ୟାନୁଷ୍ଠାନ ନିଆଯିବାର କୌଣସି ନିୟମ ନାହିଁ ବୋଲି ଶ୍ରୀ ମାଝା କହିଥିଲେ । ଏକଥା ଜାଣିବା ପରେ ଜିଲ୍ଲା, ଶିଶୁ ମଙ୍ଗଳ କମିଟି ପକ୍ଷରୁ ପୁଣି ଉଦ୍ବେଗ ପ୍ରକାଶ କରାଯାଇଛି। କମିଟିର ସଦସ୍ୟ ଗଣେଶ୍ବର ରାଉତ କହିଛନ୍ତି, ଡିସିପିଓ ସିଡବ୍ଲ୍ୟୁସିର ନିର୍ଦ୍ଦେଶକୁ ବେଖାତିର କରିବା ଭଳି ଲାଗୁଛି । ରୁଚିକା ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଭୁବନେଶ୍ବର ଚାଇଲ୍ ଲାଇନ୍ କପକ୍ଷଙ୍କ ଲିଖିତ ରିପୋର୍ଟ ଏବଂ ପିଲାର ବୟାନକୁ ଆଧାର କରି ଡିସିପିଓଙ୍କୁ ଉକ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଖାଲି ଏହି ଘଟଣା ନୁହେଁ, ଏମିତି ଅନେକ ଘଟଣା ଡିସିପିଓଙ୍କୁ ତଦନ୍ତ କରିବାକୁ ଦିଆଯାଇଥିଲେ ମଧ୍ୟ ସେ ଠିକ୍ ସମୟରେ ଅବଗତ କରୁନାହାନ୍ତି ବୋଲି ଶ୍ରୀ ରାଉତ କ୍ଷୋଭ ପ୍ରକାଶ କରିଥିଲେ। ଯଦି ଏହି ଶିଶୁବିକ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହୁଏ, କମିଟି ସର୍ବସମ୍ମତି କ୍ରମେ ଜିଲ୍ଲାପାଳ ଏବଂ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ ହୋଇପାରେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଥିରେ ବିଳମ୍ବ ନକରି ତ୍ବରିତ୍ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଶ୍ରୀ ରାଉତ କହିଥିଲେ। ଅନ୍ୟପକ୍ଷରେ ଏ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ କାହିଁକି ଚୁପ୍ ବସିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧ୍ୟକ୍ଷ ଖୋଦ୍ ଜିଲ୍ଲାପାଳ ରହିଥିବା ବେଳେ ଘଟଣାକୁ ନେଇ ୬ ଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଅଭିଯୁକ୍ତମାନଙ୍କ ବିରୋଧରେ ସପ୍ତାହକ ମଧ୍ୟରେ ଏତଲା ଦେବାକୁ ସିଡବୃସି ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ୬ ଦିନ ହେଲା କାହିଁକି ବସିରହିଛନ୍ତି ସେ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଚୁପ୍ ରହିବାକୁ ସାଧାରଣରେ ଗ୍ରହଣ କରାଯାଇନାହିଁ । ତୁରନ୍ତ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରାଯାଇଛି ।
ଶିଶୁ ବିକ୍ରି ଘଟଣାରେ ଜିଲ୍ଲା ପ୍ରଶାସନ ଚୁପ୍ କାହିକି ?
|
August 28, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)