ଶାଶୂ ଘର ଗଲେ ଇନ୍ଦୁମତି। ସେ ହେଉଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଝିଅ

Spread the love
ରାଉରକେଲା (ସନ୍ଧାନ ନିୟୁଜ): ଶାଶୂ ଘର ଗଲେ ଇନ୍ଦୁମତି। ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଝିଅ। ଆଦିବାସୀ ପରମ୍ପରାରେ ଆଜି ନିଜ ଜନ୍ମମାଟି କେନ୍ଦୁଡିହି ଗାଁରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଇନ୍ଦୁମତି। ଆଉ ଏହି ବିବାହ ଉତ୍ସବରେ ସାମିଲ ହୋଇ ବର-କନ୍ୟାଙ୍କୁ ଆଶୀର୍ବାଦ ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଉଇକିଙ୍କ ସମେତ ବହୁ ଅତିଥି। ଏଥିପାଇଁ କେନ୍ଦୁଡିହି ଗାଁରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Posts

About The Author

Add Comment