ଯାଜପୁର ସଦର, ୧୦/୩/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ବୌଳାଙ୍ଗ ହାଟ ପଡିଆରେ ଅନୁଷ୍ଠିତ ଓଳସାହି ମେଲଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଯାଇଛି ଜ୍ଝ ବୌଳାଙ୍ଗ ହାଟ ପଡିଆରେ ଏହି ମେଲଣ ଅନୁଷ୍ଠିତ ହେଉଥିବା ବେଳେ ଏହି ମେଲଣର ନାମ ଓଳସାହି ମେଲଣ ନାମରେ ଜଣାଶୁଣା ଓ ଏହି ମେଲଣର ମୁଖ୍ୟ ହେଉଛନ୍ତି ଛଚିଣା ଚୌଧୁରୀ ଦେଵ ପ୍ରସନ୍ନ ରାଉତ ରାୟ ମହାପାତ୍ର ଜ୍ଝ ବଂସାନୁ କ୍ରମିକ ଭାବେ ଛଚିଣା ଚୌଧୁରୀ ଏହି ମେଲଣର ସମସ୍ତ ଖର୍ଚ୍ଚ ବହନ କରିଆସୁ ଛନ୍ତି ଜ୍ଝ ଓଳସାହି ମେଲଣ କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହି ମେଲଣରେ ଶତାଧିକ ବିଭାନ ଯୋଗ ଦେଇଥିଲେ ଜ୍ଝ ୫ ତାରିଖ ରାତିରେ ପ୍ରଥମେ କନିକାପଡା ନାଲପୁର ଠାକୁର ସାହିର ଶ୍ୟାମ ସୁନ୍ଦର ଜିୟୁ ଠାକୁର ଥାନପତି ଭାବେ ମେଲଣ ପଡିଆରେ ଅବସ୍ଥାପିତ ହେବା ପରେ ପରେ ଛଚିଣାର ବୃନ୍ଦାବନ ଚନ୍ଦ୍ର ଜିୟୁ ଠାକୁର ଅବସ୍ଥାପିତ ହୋଇଥାନ୍ତି ଜ୍ଝ ମେଲଣ ପଡିଆ ଟିକୁ ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ ଭାବେ ସଜା ଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମଙ୍ଗଳପୁର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇ ଥିବା ବେଳେ ମଙ୍ଗଳପୁର ଆଇଆଇସି ରଞ୍ଜନ କୁମାର ବେହେରା ନିଜେ ଉପସ୍ଥିତ ରହି ତଦାରଖ କରୁଥିବା ଦେଖିବା ପାଇଁ ମିଳିଥିଲା ଜ୍ଝ ମେଲଣରେ କାଁ ଭାଁ ଗଣ୍ଡଗୋଳ ଛାଡିଦେଲେ ଶାନ୍ତି ଶୃଙ୍ଖଳାର ସହ ମେଲଣ ଅନୁଷ୍ଠିତ ହୋଇଯାଇଛି ଜ୍ଝ ଭକ୍ତ, କାନ୍ଧୁଆ ଓ ଠାକୁର ବାଡିଆ ମାନଙ୍କ ପାଇଁ ମେଲଣ ଆୟୋଜକ ମାନଙ୍କ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ତା କରାଯାଇ ଥିଲା ଜ୍ଝ ଶନିବାର ଆଜି ଦିନ ପ୍ରାୟ ୩ ଟା ସମୟରେ ଭୋଗ ଲାଗିବା ପରେ ମେଲଣ ଭାଙ୍ଗି ଥିଲା ଓ ସମସ୍ତ ଠାକୁର ମାନେ ନିଜ ନିଜ ଗ୍ରାମକୁ ଫେରି ଥିଲେ ଜ୍ଝ ଛଚିଣା ଗ୍ରାମର ସମସ୍ତ ଗ୍ରାମବାସୀ ମାନଙ୍କ ସହଯୋଗରେ ମେଲଣ କାର୍ୟ୍ୟ ସମ୍ପାଦନ ହୋଇଥିବା ବେଳେ ଯୁବ ସମାଜ ସେବି ନରେଶ ରାଉତ, ବୌଳାଙ୍ଗ, ଓଳସାହି, ମଧୁପୁର ଓ ପାଖ ପଡ଼ୋଶୀ ଗ୍ରାମର ଗ୍ରାମବାସୀ ମାନେ ସହଯୋଗର ହାତ ବଢ଼େଇ ଥାନ୍ତି ।
ଶାନ୍ତି ଶୃଙ୍ଖଳାର ସହ ଶେଷହେଲା ଓଳସାହି ମେଲଣ
|
March 9, 2026 |



