ଲୋକମାନ୍ୟ ତିଳକ ଏକ୍ସପ୍ରେସ ମାଲ ଗାଡିକୁ ଧକ୍କା: ୬ବଗି ଲାଇନ୍ ଚୁତ୍ୟ, ୪୦ରୁ ଅଧିକ ଆହତ, ୫ଗୁରୁତର

Spread the love

ଭୁବନେଶ୍ୱର, ୧୬/୧/୨୦୧୦ (ସନ୍ଧାନ ନିୟୁଜ/ମାନସ ରାଉତ) ଭୁବନେଶ୍ୱର ରେଳ ଡିଭିଜନ ଅଧିନସ୍ଥ ର୍ନିଗୁଣ୍ଡି ଏବଂ ଶାଳଗାଁ ମଧ୍ୟବର୍ତ୍ତି ସ୍ଥାନରେ  ମାଲ ଗାଡି ଏବଂ ଲୋକମାନ୍ୟ ତିଳକ ଏକ୍ସପ୍ରେସ ଟ୍ରେନ୍ ମଧ୍ୟରେ ଧକ୍କା ଲାଗିଛି । ଫଳରେ ଏକ୍ସପ୍ରେସର ୬ଟି ବଗି ଟ୍ରାକ୍ ରୁ ଖସି ପଡିଥିବା ବେଳେ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୪୦ଜଣରୁ ଅଧିକ ଆହତ ହୋଇଛନ୍ତି ଏବଂ ୫ଜଣ ଗୁରୁତର ହୋଇଥିବା ଏପ୍ରର୍ଯ୍ୟନ୍ତ ସୂଚନା ମିଳିଛି । ଏହି ରୁଟ୍ ଦେଇ ଅନ୍ୟନ ଟ୍ରେନ୍ ଏବଂ ଦକ୍ଷିଣପୂର୍ବ ରେଳପଥରେ ମଧ୍ୟ ବିଭିନ୍ନ ଷ୍ଟେସନରେ ଅନ୍ୟ ଟ୍ରେନ୍ ଗୁଡିକ ଅଟକି ରହିଛି । ଏପ୍ରର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ପଂହଚି ନଥିବା ବେଳେ ଅଗ୍ନିଶମା ବାହାୀନି ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘନ କୁହୁଡି ଯୋଗୁ ଦୃଘଟଣା ହୋଇଥିବା ସୂଚନା ମିଳିଛି ।

Related Posts

About The Author

Add Comment